ଶନିବାର ରାଶିଫଳ ୨୫.୦୬.୨୦୨୨

ମେଷ: ଧନୀ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ମିତ୍ର ଓ ବନ୍ଧୁଙ୍କ ହିତକାରୀ ହେବେ। କ୍ଷମାଶୀଳ ହେବେ। ତୀକ୍ଷ୍‌ଣ ବୁଦ୍ଧିଯୁକ୍ତ ହେବେ। ଯାନବାହନ ସୁଖ ମିଳିବ। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ।
ବୃଷ: ଭାଗ୍ୟଶାଳୀ ହେବା ସହିତ ସମ୍ପତ୍ତିବାନ୍‌ ହେବେ। ପତ୍ନୀଙ୍କ ପାଇଁ ପରିବାର ସହ କଳହ ଉପୁଜିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲୌହାଦି ବ୍ୟବସାୟରୁ ଧନ ଅର୍ଜନ ହେବ। ସ୍ମରଣଶକ୍ତି ଦୁର୍ବଳ ହେବ।
ମିଥୁନ: ସ୍ବାଭିମାନୀ ହେବେ। କ୍ରୋଧୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଯଶସ୍ବୀ ହେବେ। ଧନାଢ଼୍ୟ ହେବେ। ପତ୍ନୀ ଗୃହନିପୁଣା ହେବେ।
କର୍କଟ: ସୁଖ-ସମ୍ମାନ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ମରେ ସଫଳତା ମିଳିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ରାଜତୁଲ୍ୟ ଧନବାନ୍‌ ହେବେ। ପବିତ୍ର ହୃଦୟ ଓ ବିଶ୍ବସନୀୟ ହେବେ।
ସିଂହ: ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। କେତେକ ଘଟଣାରେ ଭୁଲ ବୁଝାମଣା ଘଟିପାରେ। ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ସଜ୍ଜନମାନଙ୍କ ପ୍ରିୟପାତ୍ର ହେବେ। କର୍ମଚଞ୍ଚଳ ରହିବେ।
କନ୍ୟା: ପ୍ରତାପୀ ହେବେ। ଲବ୍ଧ ପ୍ରତିଷ୍ଠ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। କୁଶଳୀ ବ୍ୟବସାୟୀ ହେବେ। ନୃତ୍ୟ, ସଙ୍ଗୀତ ପ୍ରତି ରୁଚି ରହିବ। ପିତୃଧନ ଭୋଗ କରିପାରନ୍ତି। ଜଳାଶୟାଦି ନିର୍ମାଣ କରି ପ୍ରସିଦ୍ଧି ଲାଭ କରିବେ।
ତୁଳା: ଆମୋଦ-ପ୍ରମୋଦ​‌ରେ ଦିନଟି ଅତିବାହିତ କରିବେ। ସେବା ଭାବନା ମନରେ ଜାଗ୍ରତ ହୋଇପାରେ। ସତ୍ୟବକ୍ତା ହେବେ। ବିଦ୍ବାନ୍‌ମାନଙ୍କୁ ଆଦର, ସମ୍ମାନ କରିବେ। ସ୍ବଉପାର୍ଜିତ ଧନରେ ଧନୀ ହେବେ।
ବିଛା: ଚଞ୍ଚଳ ପ୍ରକୃତିର ହେବେ। ଜ୍ଞାନୀଗୁଣୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ଗ୍ରହଣ କରିବେ। ବନ୍ଧୁ, ସହୋଦର ସମସ୍ତଙ୍କ ପ୍ରିୟ ହେବେ। ଆତ୍ମବାଦୀ ହୋଇପାରନ୍ତି। ଶାସ୍ତ୍ରଜ୍ଞାତା ହେବେ। ପ୍ରତି କାର୍ଯ୍ୟରେ ସଫଳତା ମିଳିବ।
ଧନୁ: ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ଚିନ୍ତାଶୀଳ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଧନୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଆତ୍ମ ଜ୍ଞାନଶକ୍ତି ସମ୍ପନ୍ନ ହୋଇପାରନ୍ତି। କୂଟନୀତିଜ୍ଞ ଓ ସଂଯମୀ ହୋଇପାରନ୍ତି।
ମକର: କଠିନ ପରିଶ୍ରମୀ ହେବେ। ଗୁରୁଭକ୍ତ ହୋଇପାରନ୍ତି। ଦୟାଳୁ ଓ ନ୍ୟାୟପ୍ରିୟ ହେବେ। କଥାବାର୍ତ୍ତା ଓଜନଦାର ହେବ। ପାପ ଓ ପୁଣ୍ୟର ବ୍ୟାଖ୍ୟାକାରକ ହୋଇପାରନ୍ତି। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବ। ସମ୍ମାନିତ ହେବେ।
କୁମ୍ଭ: ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରାଜନୀତିଜ୍ଞ ହେବେ। ଶତ୍ରୁବିନାଶକ ଓ କଠିନ ପରିଶ୍ରମୀ ହେବେ। ସଦାଚାରୀ ହେବେ। ବହୁ ଧନ ସଞ୍ଚୟ କରିପାରନ୍ତି।
ମୀନ: ସୁସ୍ଥ ଓ ନିରାମୟ ରହିବେ। ବିଦ୍ବାନ୍‌ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ସଫଳ ଭବିଷ୍ୟବକ୍ତା ହେବେ। ମିଷ୍ଟଭାଷୀ ଓ କୋମଳ ହୃଦୟଯୁକ୍ତ ହେବେ। ବିବାଦରେ ବିଜୟୀ ହେବେ। ସଙ୍ଗୀତଜ୍ଞ ହେବେ।

Comments are closed.