ଶନିବାର ରାଶିଫଳ (୦୭-୧୧-୨୦୨୦)

ମେଷ: ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ। କଳା ଅପରାଜିତା ଫୁଲ ଶୁଭଦାୟକ ହେବ।

ବୃଷ: ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହୋଇପାରନ୍ତି। କାନରେ ଦୁଇହାତ ଦେଲେ ଶୁଭଫଳ ମିଳିବ।

ମିଥୁନ: ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ମଧୁର ଭାଷା, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାପ୍ରେମୀ ହୋଇପାରନ୍ତି। ସବୁଜ ପୋଷାକ ପିନ୍ଧିଲେ ଅସାଧ୍ୟକୁ ସୁସାଧ୍ୟ କରିବେ।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ମାଲିମୋକଦ୍ଦମାରେ ଜିଣି ଅର୍ଥ ପ୍ରାପ୍ତ ହେବେ।

ସିଂହ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ନିରୋଳା ସ୍ଥାନରେ ସମୟ ବିତାଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ହାତ ପୃଷ୍ଠ ଭାଗରେ ରଖି ହସି ହସି ଯାତ୍ରା କଲେ ଶୁଭଫଳ ମିଳିବ।

କନ୍ୟା: ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ପୃଷ୍ଠ ଦେଶରେ ହସ୍ତ ଚାଳନା କଲେ ବିପଦ ଆପଦରୁ ଉଧୁରୀ ଯିବେ।

ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଧଳାଫୁଲ ଗଣେଶଙ୍କୁ ଅର୍ପଣ କଲେ ଜ୍ଞାନ ଗରିମା ବୃଦ୍ଧି ହେବ।

ବିଛା: ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସର କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଲାଲ ରଙ୍ଗର ଫୁଲ ଦେବୀଙ୍କୁ ଅର୍ପଣ କଲେ ମନସ୍କାମନାପୂର୍ଣ୍ଣ ହେବ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଥଣ୍ଡା ଜନିତ କଷ୍ଟ ଉପୁଜି ପାରେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ହଳଦୀ ରଙ୍ଗର ବସ୍ତ୍ର ବ୍ୟବହାର କଲେ କାର୍ଯ୍ୟ ନ ଅଟକି ଆଗକୁ ବଢ଼ିବ।

ମକର: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀ ଆପଣଙ୍କୁ ପତନରୁ ଉଦ୍ଧାର କରି ଉତ୍‍ଥାନ ଦେଇପାରନ୍ତି।

କୁମ୍ଭ: ଶ୍ରମ ସାର୍ଥକ ହେବ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସହଯୋଗୀମାନଙ୍କ ଚତୁରତାରୁ ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଚାକିରି କ୍ଷେତ୍ରରେ ବହୁ ସୁନାମ ମିଳିବ। ହନୁମାନ ଆଶ୍ରିତ ହେଲେ ଶୁଭଫଳ ମିଳିବ।

ମୀନ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମଳିବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହି ଆସିପାରେ। ବ୍ୟବସାୟ ଭଲରେ ଚାଲିବ। ହଳଦୀ ରଙ୍ଗର ହେଲେ ନବ ବସ୍ତ୍ର ଶୁଭ।

Comments are closed.