ସମ୍ବଲପୁରରେ ଜୁଆ ଆଡ୍ଡା ଉପରେ ଚଢଉ; ୧୪ ଗିରଫ

ଭୁବନେଶ୍ୱର: ସମ୍ବଲପୁରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଓଡ଼ିଶା ପୁଲିସ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରିଛି। ସହରରେ ବ୍ୟାପକ ଜୁଆ ଖେଳ ଚାଲିଥିବା ସମ୍ପର୍କରେ ପୁଲିସକୁ ଖବର ମିଳିବା ପରେ ପୁଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ। ଏହି ଘଟଣାରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବହୁ ପରିମାଣର ନଗଦ ଟଙ୍କା, ଏକାଧିକ ମୋବାଇଲ ଫୋନ, କାଲକୁଲେଟର ଆଦି ଜବତ କରାଯାଇଛି। ତେବେ ଜୁଆଖେଳର ମୁଖ୍ୟ ଆୟୋଜକ କୁହାଯାଉଥିବା ବ୍ୟକ୍ତି ଫେରାର ହୋଇଯାଇଚି। ପୁଲିସ ପକ୍ଷରୁ ତାଙ୍କୁ ଖୋଜାଚାଲିଛି। ଏହି ଘଟଣାରେ ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା ଏବଂ ଅଇଁଠାପାଲି ଥାନାରେ ମୋଟ ୭ଟି ମାମଲା ରୁଜ୍ଜୁ କରାଯାଇଛି।

Comments
Loading...