ଇସ୍ତଫା ଦେଲେ ବିଶ୍ୱନାଥପୁର ସରପଞ୍ଚ

ଲାଞ୍ଜିଗଡ: ଆଗକୁ ଆସୁଛି ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରି ଏକ ସମୟରେ ନିଜ ସରପଞ୍ଚ ପଦରୁ ଇସ୍ତଫା ଦେଇଛନ୍ତି ଲାଞ୍ଜିଗଡ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ସରପଞ୍ଚ ପିଙ୍କି ସିରିକାକା। ସେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ପିଙ୍କି ସିରିକାକା ନିଜ ଗାଁ ଇଜୁରୁପାରେ ଅଙ୍ଗନବାଡ଼ି ପଦ ପାଇଁ ଆବେଦନ କରିଥିଲେ। ଏଥିରେ ସେ ମନୋନୀତ ହୋଇଛନ୍ତି ତେଣୁ ସେ ସରପଞ୍ଚ ପଦବୀରେ ଥିବା ହେତୁ ଅଙ୍ଗନବାଡି ପଦବିରେ ନିଯୁକ୍ତି ପାଇ ପାରିବେ ନାହିଁ ବୋଲି ନିର୍ବାଚନୀ ନିୟମ ଉଲ୍ଲଂଘନ ହେବା ପୂର୍ବରୁ ଏହା ଉଚିତ ମନେକରି ଭବାନୀପାଟଣା ଉପଜିଲ୍ଲାପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି।

Comments are closed.