ମାନସ ସ୍ବାଇଁ ହତ୍ୟା ମାମଲା: ହାଜତକୁ ଗଲେ ଶର୍ମିଷ୍ଠା ଓ ଝୁନା

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଗୁରୁବାର ଉଭୟଙ୍କୁ ଅଦାଲତରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ କୋର୍ଟଙ୍କ ରାୟକ୍ରମେ ଉଭୟଙ୍କୁ ହାଜତକୁ ଫଠାଯାଇଛି। ଆସନ୍ତା ୧୧ ତାରିଖରେ ସେମାନଙ୍କୁ ପୁଣି ଅଦାଲତରେ ହାଜର କରାଯିବ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଅଭିଯୁକ୍ତମାନଙ୍କୁ ପଚାରାଉଚରା କରିବା ପରେ ପୁଣି ୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାକୁ ଆଣିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଉଭୟଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା।

Comments are closed.