ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ; ନିଯୁକ୍ତି ପାଇବେ ୧୦ଲକ୍ଷ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ମାନଙ୍କ ପାଇଁ ଖୁସିର ଖବର ଆଣିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରାଯିବ । ସମୀକ୍ଷା କରାଯିବା ପରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ୧୦ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ ।
ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଟ୍ୱିଟରେ ଦିଆଯାଇଥିବା ଏହି ସୂଚନାରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ, ମନ୍ତ୍ରଣାଳୟର ମାନବସମ୍ବଳ ସ୍ଥିତିର ସମୀକ୍ଷା କରାଯାଇଛି । ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଦେଶରେ ସରକାର ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ ।
Related Posts
Comments are closed.