ଗାଡିସହ ଶାଢୀ ଚୋରି କରି ତିନି ଚୋର ଗିରଫ

ରେଙ୍ଗାଲିକ୍ୟାମ୍ପ – ଗାଡି ସହ ଶାଢୀ ଗଣ୍ଠିଲି ଚୋରି ଅଭିଯୋଗରେ ପୁଲିସ ତିନି ଚୋରଙ୍କୁ ଗିରଫ କରିଛି । ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଚୁଲଧର ଗ୍ରାମର ସୁରେଶ ବାଗ (୪୨) ତାଙ୍କ ବାଇକ୍ରେ ଶାଢୀ, ବେଡସିଟ ଆଦି ବୋଝେଇ କରି ଗାଆଁ ଗାଁ ବୁଲି ବିକ୍ରି କରିଥାଆନ୍ତି । ଗତ ୧୦ ତାରିଖରେ ଅପରାହ୍ନରେ ସମୟରେ ଲାସ୍ତଲା ଗ୍ରାମର ଆନ୍ଧ୍ର ପଡ଼ାରେ ବାଇକ୍ ରଖି ପଛପଟେ ଥିବା ଶାଢ଼ୀ ଗଣ୍ଠିଲି ଧରି ଜଣେ ବ୍ୟକ୍ତି ଙ୍କ ଘରକୁ ଶାଢ଼ୀ ଦେଖେଇବା ପାଇଁ ଯାଇଥିଲେ । ଭୁଲ ବଶତଃ ଗାଡ଼ି କୁ ଲକ୍ କରିବା ଭୁଲି ଯାଇଥିଲେ । ଚାବିଟି ଗାଡ଼ିରେ ଲାଗି ରହିଥିଲା । ସେ ଫେରିବା ବେଳକୁ ଗାଡ଼ି ସହ ଗାଡ଼ିରେ ଥିବା ଲୁଗା ସବୁ ଚୋରି ହୋଇଯାଇଥିଲା । ସେ ଅତାବିରା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଏହାର ତଦନ୍ତ ଜାରି ରଖିଥିଲେ । ଘଟଣାର ୧୨ ଦିନ ପରେ ପୋଲିସ ସଂପୃକ୍ତ ତିନି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ସେମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁର୍ଲ୍ଲା ଗ୍ରାମର ସୁରଥ ବୁଡା (୪୦), ଅତାବିରା ଥାନା ଅନ୍ତର୍ଗତ ଲସ୍ତଲା ଗ୍ରାମର ସୁବାସ ତାଣ୍ଡି (୩୬),ବିନିକା ଥାନା ଅନ୍ତର୍ଗତ କାଉଡ଼ିଆ ଗ୍ରାମର ସୁଦାମ ମଲ୍ଲିକ(୩୪)। ଅଭିଯୁକ୍ତମାନଙ୍କ ଠାରୁ ଚୋରି ହୋଇଥିବା ଗାଡି ସହ ଚୋରା ସାମଗ୍ରୀ ଜବତ କରାଯାଇଛି ।

Comments are closed.