ଫେବୃଆରୀ ୨୦କୁ ସର୍ବକ୍ଷମା ଅବଧି ବୃଦ୍ଧି

ଭୁବନେଶ୍ୱର: ଲୋକଙ୍କ ଆବେଦନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବକ୍ଷମା ଅବଧିକୁ ଆହୁରି ୧୫ ଦିନ ବଢାଇ ଦେଇଛନ୍ତି। ଫେବୃଆରୀ ୫ ତାରିଖ ସର୍ବକ୍ଷମା ଆବେଦନର ଶେଷ  ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ବଢାଇ ଦିଆଯାଇ ୨୦ ତାରିଖ ରଖାଯାଇଛି। ଏହି ତାରିଖ ପରେ ଆଗକୁ ଆଉ ସର୍ବକ୍ଷମା ଅବଧି ବୃଦ୍ଧି କରାଯିବନାହିଁ। ବେଆଇନ୍ ଭାବେ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକାଧାରୀ ସର୍ବକ୍ଷମା ଆବେଦନ କରିନଥିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Comments are closed.