୩୦ ଲକ୍ଷ ଆତ୍ମସାତ ଅଭିଯୋଗ; ସରପଞ୍ଚ ନିଲମ୍ବିତ

ତେଲକୋଇ : ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତର ସରପଞ୍ଚଙ୍କୁ ନିଳମ୍ବିତ କରାଯାଇଛି। କରଦାଙ୍ଗି ପଞ୍ଚାୟତ ସରପଞ୍ଚ ଦୁସିଲ ସିଙ୍କୁଙ୍କୁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚିଠି ନଂ ୧୨୯୨୨/୨୦ ଅନୁସାରେ ନିଲମ୍ବନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବରାଜ ସେଠୀଙ୍କ କାର୍ଯ୍ୟକାଳରେ କେନ୍ଦ୍ରୀୟ ଅର୍ଥ ଆୟୋଗ ଏବଂ ରାଜ୍ୟ ଅର୍ଥ ଆୟୋଗ ର ୩୦,୨୫,୪୫୪ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଜିଲାପାଳଙ୍କ ତଦନ୍ତ ରିପୋର୍ଟ ଅନୁସାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତାଙ୍କ ନିଲମ୍ବନ ଜାରି କରାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ସିଏଫସି ଏବଂ ଏସ୍ ଏଫ୍ ସି ଫଣ୍ଡ କୁ କାର୍ଯ୍ୟ ନକରି ହରିଲୁଟ କରିଥିବା ନେଇ ପୂର୍ବରୁ ଜିଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରଗତିଶୀଳ ନାଗରିକ ମଞ୍ଚ ଏବଂ କରଦାଙ୍ଗି ପଞ୍ଚାୟତ ସମିତିସଭ୍ୟା ପ୍ରେମଲତା ଧୀରଙ୍କ ସମେତ କରଦାଙ୍ଗି ପଞ୍ଚାୟତର ସଚେତନ ନାଗରିକ ମାନେ ଲିଖିତ ଅଭିଯୋଗ କରିଥିଲେ।

Comments are closed.