ଜଗି ରହିଲା କୁକୁର: ନାଗ ସାପ କବଳରୁ ବର୍ତ୍ତିଲେ ପରିବାର

ସାରନଗରୀ: କୁକୁର ଯୋଗୁ ଏକ ନିଶ୍ଚିତ ବିପଦ ଟଳିଛି । ପରିବାର ଲୋକେ ନାଗସାପ କବଳରୁ ରକ୍ଷା ପାଇପାରିଛନ୍ତି । ଏଭଳି ଘଟଣା  ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ,ଲାଠିକଟା ବ୍ଲକ ଅନ୍ତର୍ଗତ ଗର୍ଜନ ଗ୍ରାମପଂଚାୟତର ମହାଲି ବସ୍ତିରେ ଜଣେ ଗ୍ରାମବାସୀଙ୍କ ଘରୁ ନାଗସାପ ଠାବ ହୋଇଛି । ଗ୍ରାମର ସଂଜୟ କିସାନ ଘରେ ଏକ ବିଷଧର ନାଗସାପ ଗତକାଲି ରାତ୍ରି ପ୍ରାୟ ୮.୪୫ମିନିଟ ସମୟରେ ପଶି ଯାଇଥିଲା । ଘର ବାର ବାରଣ୍ଡାରେ ପାଖରେ ଗୋଟିଏ କୁୁକୁର ଏହା ପ୍ରଥମେ ଜାଣି ପାରି ଖୁବ ଜୋରରେ ଭୁକିବାକୁ ଲାଗିଥିଲା ପରିବାର ସଦସ୍ୟ ତତକ୍ଷାଣତ କୁକୁର ପାଖକୁ ଆସିବା ପରେ ଘର ଚଟାଣରେ ଏକ ନାଗସାପ ଖେଳୁଥିବା ଦେଖିିବାକୁ ପାଇଥିଲେ । କାଳ ବିଳମ୍ବ ନକରି  ପରିବାରବର୍ଗ ବହୁ ଚେଷ୍ଟା କରି ନାଗ ସାପଟିକୁ ଘରୁ ବାହାର କରିବାକୁ ଉଦ୍ୟମ କରିଥିଲେ । କୁକୁର ନାଗ ସାପଟିକୁ ଜଗି ରହିବା ଯୋଗୁ ସାପଟି ଘର ମଧ୍ୟକୁ ପଶି ପାରିନଥିଲା । ଫଳରେ ପରିବାର ଲୋକ ଏକ ନିଶ୍ଚିତ ବିପଦରୁ ବର୍ତି ଯାଇଥିବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପରିବାର ପକ୍ଷରୁ ସାପଟିକୁ ଘଉଡ଼ାଇବାକୁ ବିଫଳ ହେବା ପରେ  ପରବର୍ତି ମୂହୂର୍ତରେ ସାପ ଧରାଳି ଦେବାନନ୍ଦ ବେହେରାଙ୍କୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା, ପରେ ଦେବାନନ୍ଦଙ୍କ ସହ ସ୍ନେକ କ୍ୟାଚର ଟିମ ଘଟଣାସ୍ଥଳରେ ପହଚିଂ  ପ୍ରାୟ ୩ ଫୁଟ ଲମ୍ବର ନାଗସାପକୁ  ଉଦ୍ଧାର କରିଥିଲେ ।  ନାଗସାପକୁ ଜଙ୍ଗଲ ବିଭାଗ ସହଯୋଗରେ ନିକଟସ୍ଥ ଜଙ୍ଗଲରେ ଛଡ଼ା ଯାଇଥିଲା ।

ଗତ ଦୁଇ ସପ୍ତାହ ମଧ୍ୟରେ  ଦକ୍ଷିଣ ରାଉରକେଲା ସମତେ ଲାଠିକଟା ଅଂଚଳରେ  ନାଗସାପ ଉଦ୍ଧାର ହେବାରେ ଲାଗିଛି । ସେହିପରି ଗତକାଲି ଆଇଡ଼ିଏଲ ଫାଣ୍ଡି ନିକଟ ସୁରଭା ରାଉତଙ୍କ ଘରେ ଏକ ପାଂଚ ଫୁଟ ଲମ୍ବର ଢମଣା ସାପକୁ ଉଦ୍ଧାର କରାଯାଇ ନିକଟ ଜଙ୍ଗଲରେ ଛଡ଼ା ଯାଇଥିଲା । ବର୍ଷା ରୁତୁରେ ସାପଙ୍କ ପ୍ରାର୍ଦୃବାଭ ବୃଦ୍ଧି ପାଉଥିବାରୁ ଏଥିପାଇଁ କେବଳ ସତର୍କତା ଓ ସଚେତନତା ଲୋଡ଼ା ବୋଲି ପରିବେଶବିତ ମହଲରେ ମତ ପ୍ରକାଶ ପାଇଛି ।

Comments are closed.