ସେକ୍ଟର-୨୨ ୱେଲଫେୟାର ଟ୍ରଷ୍ଟରେ ଉଡ଼ିଲା ତ୍ରୀରଙ୍ଗା

ସାରନଗରୀ : ଆଜି ଦକ୍ଷିଣ ରାଉରକେଲା ସାରନଗରୀର ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ଓ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଣ୍ଟର ମିଳିତ ଆନୁୂକୁଲ୍ୟରେ କାର୍ୟ୍ୟାଳୟ ପରିସରରେ କୋଭିଡ଼ ନିୟମ ଅନୁଯାୟୀ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ବରିଷ୍ଠ ନାଗରିକ ଅଜୟ ରାୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଅନ୍ୟମାନେ ମୁହଁରେ ମାସ୍କ ପିନ୍ଧି ପାଳିଥିଲେ ସ୍ୱାଧୀନତା ଦିବସ । ଜାତୀୟ ସଙ୍ଗୀତ ଗାନ ସହ ସଭିଁଏ ନିଜ ନିଜର ବକ୍ତ୍ୟବ
ଉପସ୍ଥାପିତ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତ, ସଂଜୟ ପଣ୍ଡା, ନରେନ୍ଦ୍ର ମଲ୍ଲିକ, ସୁକାନ୍ତ ମହାନ୍ତି, ସୁକନାଥ ବିଶୋୟୀ, ଦାମୋଦର ଧଳଙ୍କ ସମେତ ବିଦ୍ୟା ଷ୍ଟଡ଼ି ପଏଣ୍ଟ ନିର୍ଦ୍ଦେଶକ ସରୋଜ
ବେହେରା ଏହି ଜାତୀୟ ଉତ୍ସବରେ ନିଜକୁ ସାମିଲ କରିଥିଲେ।

Comments are closed.