ଗାୟତ୍ରୀ ମନ୍ଦିରରେ ନବରାତ୍ରି ଓ ମହାଯଜ୍ଞ ପାଳିତ

ସାରନଗରୀ: ଦକ୍ଷିଣ ରାଉରକେଲା ସାରନଗରୀସ୍ଥିତ ମା ଗାୟତ୍ରୀ ମନ୍ଦିରରେ ନବରାତ୍ରି ଉତ୍ସବ ଓ ପଂଚ କୁଣ୍ଡିୟ ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ସକାଳେ ଗାୟତ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲ।। ଭକ୍ତମାନେ ସକାଳ ସମୟରେ ମନ୍ଦିର ପରିସରରେ ପହଂଚି ପୂଜାର୍ଚ୍ଚନା କରିଥିଲେ। ୯ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ପଣ୍ଡିତ ମହାବୀର ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗାୟତ୍ରୀ ଶକ୍ତିପୀଠର କୁନା ତ୍ରିପାଠୀ ମହାଯଜ୍ଞକୁ ସଂଚାଳନ କରିଥିଲେ। ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ।

Comments are closed.