ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଲା ଜନ୍ମାଷ୍ଟମୀ

ସାରନଗରୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମଦିନ। ବ୍ରତଧାରୀମାନେ ଉପବାସ ରହି ନିଷ୍ଠାର ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିଥିଲେ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟ ରାତ୍ରୀରେ ପ୍ରଭୁଙ୍କର ଜନ୍ମ ହୋଇଥିଲେ ବି ମନ୍ଦିର ମାନଙ୍କରେ ସକାଳରୁ ନୀତି ପୂଜା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲ। ଅଧିକାଂଶ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ସନ୍ଧ୍ୟା ଠାରୁ ପ୍ରଭୁଶ୍ରୀକୃଷ୍ଣଙ୍କ ଜନ୍ମକାଳୀନ ବିଶେଷ ପୂଜାନୀତି ଆରମ୍ଭ ହୋଇ ମଧ୍ୟରାତ୍ରୀ ପର୍ୟ୍ୟନ୍ତ ଚାଲିଥିଲ। ଦକ୍ଷିଣ ରାଉରକେଲାର କଇଁଥାବସା ନିକଟସ୍ଥ ରାଧାକୃଷ୍ଣ ମଣ୍ଡପ ଠାରେ ପବିତ୍ର ଜନ୍ମାଷ୍ଟମୀ ପୂଜା ମହାସମାରୋହରେ ପାଳିତ ହୋଇଥିଲା। କର୍ତ୍ତା ଭାବେ ଅଭୟ କୁମାର ଗୌଡ ଉପସ୍ଥିତ ଥିବା ବେଳେ ପୂଜକ ମାନସ ମିଶ୍ର ଼ ଓ ଆନନ୍ଦ କୁମାର ମିଶ୍ର ଜନ୍ମାଷ୍ଟମୀ ପୂଜା କାର୍ୟ୍ୟ ତୁଲାଇଥିଲେ। ଶ୍ରୀଶ୍ରୀ ରାଧାକୃଷ୍ଣ ମଣ୍ଡପ ପରିଚାଳା କମିଟି ପକ୍ଷରୁ ସଂଜୟ ଦାସ, ବାଦଲ ଦାସ, ସନ୍ତୋଷ ବେହେରା, ନିରାକାର ବେହେରା, ସରୋଜ ବେହେରା, ସୁଶାନ୍ତ ବେହେରା, ପ୍ରେମଜିତ ଯାଦବ, ରମେଶ ଚନ୍ଦ୍ର ବାରିକ, ଜେ.ସି ଦାସ, ଦିବାକର ବେହେରା, ଗୌତମ ବେହେରାଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହି ପୂଜାରେ ସକ୍ରୀୟ ସହଯୋଗ କରିଥିଲେ। ସେହିପରି ଦକ୍ଷିଣ ରାଉରକେଲାର ଆଇଡ଼ିଏଲ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜକ ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅନିରୁଦ୍ଧ ପଣ୍ଡା ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବାଲିଯୋଡ଼ିର ଭାଗବତ ଟୁଙ୍ଗୀରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା।

ଭାଗବତ ଟୁଙ୍ଗୀରେ ପୂଜାର୍ଚ୍ଚନା କାର୍ୟ୍ୟରେ ପୂଜକ ଭାବେ ପ୍ରଶାନ୍ତ ଆଚାର୍ୟ୍ୟ, ହରିପଦ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ କମିଟି ପକ୍ଷରୁ ଅରୁ ବାରିକ, ଚନ୍ଦ୍ରମଣୀ ବାରିକ, ସୌଭାଗ୍ୟ ସ୍ୱାଇଁ, ମୂରଲୀ ମଲ୍ଲ, ଲାଲବାବୁ ସାହାଣୀ, ଭିକାରୀ ପ୍ରଧାନ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି କନଷ୍ଟ୍ରକସନ କଲୋନୀସ୍ଥିତ ରାଧାକୃଷ୍ଣ ମନ୍ଦିର,ସାରନଗରୀ ଜଗନ୍ନାଥ ମନ୍ଦିର,ଫର୍ଟିଲାଇଜର ଇ ବ୍ଲକ ସ୍ଥିତ ମାଉସୀ ମା’ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲ। ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ମାନେ ଗୋଲକବିହାରୀ ଶ୍ରୀକୃଷ୍ଣଙ୍କ ପୂଜା ଆରାଧନାରେ ନିଜକୁ ସାମିଲ କରିଥିଲେ।

Comments are closed.