ମାନବ ସମାଜରେ ସହଯାତ୍ରୀ ଭାବେ ରହି ଆସିଛି ସାହିତ୍ୟ

ସାରନଗରୀ: ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସାରନଗରୀସ୍ଥିତ ଗୋପବନ୍ଧୁ ପ୍ରଗତି ପରିଷଦ ସଭାଗୃହ ପରିସରରେ ଅନୁଷ୍ଠାନର ସଭାପତି ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ବେଦବ୍ୟାସ ପାର୍ବଣ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ସଚ୍ଚିନ୍ଦ୍ର କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପାର୍ବଣ ପତ୍ରିକାଟିକୁ ଉନ୍ମୋଚନ କରି କହିଲେ ସାହିତ୍ୟ ମାନବ ସମାଜରେ ସହଯାତ୍ରୀ ଭାବେ ରହି ଆସିଛି । ଯେଉଁ ରାଜ୍ୟରେ ଭାଷା ସାହିତ୍ୟ ବିକଶିତ ହୋଇଥାଏ ସେହି ରାଜ୍ୟର ବିକାଶ ଓ ସମୃଦ୍ଧି ସବୁବେଳେ ଘଟିଥାଏ ବୋଲି ପ୍ରକାଶ କରିଥିଲେ। ପରିଷଦର ସାଧାରଣ ସମ୍ପାଦକ ଗୌରାଙ୍ଗ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ସୁଶାନ୍ତ କୁମାର ନାୟକ, ସମାଜସେବୀ ଅରୁଣ କୁମାର ପରିଡ଼ା, ଅଜୟ କୁମାର ବିଶ୍ୱାଳ, ବିଜୟ କୁମାର ମହାନ୍ତି, ହରପ୍ରିୟା ପରିଡ଼ା ପ୍ରମୁଖ ଓଡ଼ିଆ ଭାଷା ଜାତି ସଂସ୍କୃତି ଓ ସ୍ୱାଭିମାନ ଉପରେ ଆଲୋଚନା କରିଥିଲେ।

Comments are closed.