ଲାଠିକଟା ବ୍ଲକରେ ଗଡ଼ିଲା ଶିକ୍ଷା ସଚେତନତା ରଥ

ସାରନଗରୀ: ଲାଠିକଟା ବ୍ଲକରେ ଅଧ୍ୟୟନ କରୁଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ଲାଠିକଟା ଶିକ୍ଷାମଣ୍ଡଳ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଏକ ସୁସଜ୍ୱିତ ଶିକ୍ଷା ସଚେତନତା ରଥକୁ ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ କେରୋନା ଯୋଗୁଁ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକ ଦୀର୍ଘ ଦୁଇ ବର୍ଷ ପରେ ଖୋଲିଛି । ତେଣୁ ବିଦ୍ୟାଳୟକୁ ପାଠ ପଢିଯିବା ପାଇଁ ଆଗ୍ରହ ସୃଷ୍ଟି କରିବା, ଶିକ୍ଷା ବିଭାଗ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଏହି ରଥ ସଚେତନତା ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମ ଲାଠିକଟା ବିଇଓ କାର୍ୟ୍ୟାଳୟର ଏମ୍‌ଆଇଏସ ସଂଯୋଜକ ପରିଚାଳନା କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ଲାଠିକଟା ବ୍ଲକ ଏବିଇଓ ସମେତ ଜଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ସିଆରସିସି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments are closed.