ଶାରଦୀୟ କବିତା ପାଠଚକ୍ର

ଚୌଦ୍ୱାର: ସାହିତ୍ୟାନୁଷ୍ଠାନ ଡାଳିଯୋଡ଼ା ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ କଳିଙ୍ଗ ନୋଡ଼ାଲ ବିଦ୍ୟାପୀଠରେ ଶାରଦୀୟ କବିତା ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ସଂସଦ ସଭାପତି କେ.ସି.ପ୍ରତାପ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୌତମ ଆଚାର୍ଯ୍ୟ, ହରିହର ରଣା, ବୈଦ୍ୟନାଥ ଖିଲାର, ନିର୍ମଳା ପରିଡ଼ା, ପବିତ୍ର ମୋହନ ସାହୁ, ରବିନ୍ଦ୍ର କୁମାର ସାହୁ , ସହଦେବ ବରାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଓ ଦିଲ୍ଲିପ କୁମାର ସାହୁଙ୍କ ସଂଯୋଜନାରେ ଅଞ୍ଚଳର ୨୫ରୁ ଉର୍ଦ୍ଧ କବି ଏଥିରେ ସ୍ୱରଚିତ କବିତା ପାଠ କରିଥିଲେ । ସମ୍ପାଦକ ଶ୍ରୀନିବାସ ବେହେରା ସଂସଦର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.