ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କୃଷି ଓ କୃଷକ ବିରୋଧୀ କଳା ଆଇନ ବାତିଲ, ଦରଦାମ ବୃଦ୍ଧି ଇତ୍ୟାଦି ୨୭ଦଫା ଦାବି ନେଇ ମିଳିତ ଗଣ ସଂଗଠନ ପକ୍ଷରୁ ଗଞ୍ଜାମ ଏଲା ମା ମନ୍ଦିରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳିତ ଶୋଷଣ ମୁକ୍ତି ଆବାହକ ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଯୋଗ ଦେଇ ଆଗାମୀ ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଶ୍ରମିକ ନେତା କୈଳାଶ ପଲାଇ, ପୂର୍ଣ୍ଣ ଚନ୍ଦ୍ର ରଥ, କୃଷକ ସଭା ବ୍ଲକ ସଭାପତି ଧର୍ମା ସ୍ୱାଇଁ, ସହ ସମ୍ପାଦକ ଖଲି ତରାଇ, ଅଖିଳ କୃଷକ ସଭାର ନେତା ଶରତ ପଟ୍ଟନାୟକ, ଶ୍ରମିକ ସଂଗଠନରୁ ଦଣ୍ଡପାଣି ପାତ୍ର, ବିଶ୍ଵନାଥବିଶ୍ୱାଳ, କୃଷକ ସଂଗଠନରୁ ନରହରି ସାହୁ, ସମ୍ପାଦକ ଦୁର୍ୟ୍ୟୋଧନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.