ସନ୍ତୋଷପୁର ଆବଦ୍ଧାଞ୍ଚଳ ଘୋଷଣା

ପାତ୍ରପୁର: ପାତ୍ରପୁର ବ୍ଳକ ବରଙ୍ଗ ପଞ୍ଚାୟତ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମକୁ ତହସିଲ ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଗ୍ରାମରେ କିଛି ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତହସିଲ ତରଫରୁ ଏହି ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା କରିବାକୁ ଉପଜିଲ୍ଲାପାଳଙ୍କ ଅନୁମତି ପତ୍ର ଲୋଡ଼ିଥିଲେ। ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ତୋଷପୁର ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ସନ୍ତୋଷପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏହି ପଞ୍ଚାୟତର ଲଙ୍କା, ପିତାମ୍ବରପୁର, ଖମ୍ବରୀ ଗାଁ ପଞ୍ଚାୟତର ପାର୍ବତୀପୁର ଗ୍ରାମକୁ ବୋଫର ଜୋନ ଘୋଷଣା କରିବା ସହିତ ବିଭିନ୍ନ ବିଭଗକୁ ତହସିଲ କାର୍ୟ୍ୟାଳୟ ତରଫରୁ ଜଣାଇ ଦିଆଯାଇଛି।

Comments are closed.