ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

ମୁମ୍ବାଇ: ଭାରତୀୟ ସଙ୍ଗୀତକାର ତଥା ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ ଘଟିଛି। ୮୪ ବର୍ଷୀୟ ପଣ୍ଡିତ ଶର୍ମା ହୃଦଘାତ କାରଣରୁ ମଙ୍ଗଳବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ଗତ ୬ ମାସ ଧରି କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଡାୟଲିସିସରେ ଥିଲେ।

ସୂଚନାଯୋଗ୍ୟ ଯେ, ପଣ୍ଡିତ ଶିବ କୁମାର ଶର୍ମାଙ୍କର ସିନେମା ଜଗତ ପ୍ରତି ବଳିଷ୍ଠ ଅବଦାନ ରହିଛି। ବଲିଉଡ଼ରେ ‘ଶିବ-ହରି’ ନାମରେ ଲୋକପ୍ରିୟ ଶିବ କୁମାର ଶର୍ମା ଓ ହରି ପ୍ରସାଦ ଚୌରସିଆଙ୍କ ଯୋଡ଼ି ଅନେକ ସୁପରହିଟ୍‌ ଗୀତରେ ସଙ୍ଗୀତ ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲା ‘ଚାନ୍ଦ୍‌ନୀ’ ଚଳଚ୍ଚିତ୍ରର ‘ମେରେ ହାଥୋଁ ମେଁ ନୌ ନୌ ଚୁଡ଼ିଆଁ’, ଯେଉଁଥିରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ନୃତ୍ୟୁ କରିଥିଲେ।

 

Comments are closed.