ଟିଏମସି ସାଂସଦ ଶାନ୍ତନୁ ସେନ୍ ନିଲମ୍ବିତ

ନୂଆଦିଲ୍ଲୀ: ଟିଏମସି ସାଂସଦ ଶାନ୍ତନୁ ସେନ୍‌ ଶୁକ୍ରବାର ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ଗୃହରେ ଅସାମ୍ବିଧାନିକ ଆଚରଣ ପାଇଁ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପୂର୍ବକ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକରୁ ତାଙ୍କୁ ନିଲମ୍ବନ କରାଯାଇଛି। ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତ୍ତି ରଖିବା ସମୟରେ ଶାନ୍ତନୁ ସେନ୍ ତାଙ୍କ ହାତରୁ ରିପୋର୍ଟ ଛଡାଇ ନେଇ ଚିରି ଫିଙ୍ଗି ଦେଇଥିଲେ।

ଆଜିର ଅଧିବେଶନ ଆରମ୍ଭ ହେବା ମାତ୍ରେ ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗତକାଲିର ଘଟଣା ବିଷୟରେ କହିଥିଲେ। ସେ କହିଥିଲେ, ଯାହା ଘଟିଲା ତାହା ଆଶ୍ଚର୍ୟ୍ୟଜନକ। ଗୃହରେ କାଗଜ ଚିରି ଫିଙ୍ଗିବା କେବେ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ରର ଗାରିମା ନଷ୍ଟ କରିଛି। ଏହାପରେ ଅଶୋଭନୀୟ ବ୍ୟବହାର ପାଇଁ ଚଳିତ ମୌସୁମୀ ଅଧିବେଶନ ଅବଶିଷ୍ଟ ଦିନଗୁଡ଼ିକରୁ ଶାନ୍ତନୁ ସେନଙ୍କୁ ନିଲମ୍ୱନ କରାଯାଇଥିବା ସେ ଘୋଷଣା କରିଥିଲେ।

Comments are closed.