ଏସିଆ ମହାଦ୍ବୀପ ହିନ୍ଦୁଙ୍କର ହେବ; ଶଙ୍କରାଚାର୍ଯ୍ୟ

ପୁରୀ: ଭାରତ ଓ ନେପାଳକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ। ବାଙ୍ଗଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ବର୍ମା, ଭୁଟାନ ଓ ତିବତକୁ ହିନ୍ଦୁରାଷ୍ଟ୍ର ଅନ୍ତର୍ଭୂକ୍ତ କରାଯିବ। ସେଠାରେ ବାସ କରୁଥିବା ବ୍ୟକ୍ତିମାନେ ମୂଳରୁ ହିନ୍ଦୁଥିଲେ। ସନାତନ ବୈଦିକ ମାର୍ଗରେ ସେମାନେ ପରିଚାଳିତ ହେବା ସହ ମୂଳ ଧର୍ମକୁ ଫେରି ଆସିବାକୁ ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଆହ୍ବାନ କରିଛନ୍ତି। ଭିଡିଓ ବାର୍ତ୍ତାଯୋଗେ ଶଙ୍କରାଚାର୍ଯ୍ୟ ବୁଧବାର କହିଛନ୍ତି ମାନସରୋବର ଆମର। ଏସିଆ ମହାଦ୍ବୀପ ହିନ୍ଦୁମାନଙ୍କର ହେବ। ଲାଠି, ଗୁଳି କିମ୍ବା ବୋମାଦ୍ବାରା କୌଣସି ଦେଶକୁ ହିନ୍ଦୁଦେଶ କରାଯାଇପାରିବ ନାହିଁ। ଯେଉଁମାନେ ମୂଳରୁ ହିନ୍ଦୁଥିଲେ ସେମାନେ ନିଜ ମୂଳଧର୍ମକୁ ଫେରି ଆସନ୍ତୁ। ଭାରତ ଓ ନେପାଳ ହିନ୍ଦୁ ରାଷ୍ଟ୍ରଭାବେ ଉଦ୍‌ଭାସିତ ହେଉ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି। ମୁସଲମାନ ଏବଂ ଖ୍ରୀଷ୍ଟିଆନମାନେ ପୂର୍ବରୁ ମୂଳ ସନାତନୀ ହିନ୍ଦୁଥିଲେ ବୋଲି ସେ ମତ ଦେଇଛନ୍ତି। ତେଣୁ ସେମାନେ ନିଜ ମୂଳ ପରିଚୟକୁ ସ୍ମରଣ କରିବା ସହ ସନାତନ ହିନ୍ଦୁ ମାର୍ଗରେ ପରିଚାଳିତ ହେବାକୁ ଶଙ୍କରାଚାର୍ଯ୍ୟ ଆହ୍ବାନ କରିଛନ୍ତି।

Comments are closed.