ନୂତନ ଶିକ୍ଷାନୀତି: ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟକ୍ରମ ସ୍କୁଲ ସହିତ ମିଶ୍ରଣ କରି ସମଗ୍ର ଯୋଜନାକୁ ଭାଙ୍ଗିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ 

ଭୁବନେଶ୍ୱର: ଦେଶର ସର୍ବ ପ୍ରଥମ ସର୍ବବୃହତ୍ ଯୋଜନା ଆଇସିଡିଏସକୁ ଧ୍ୱଂସ କରିବା ପାଇଁ କେନ୍ଦ୍ର ସରକାର ହୀନ ଚକ୍ରାନ୍ତ ଚଳାଇଛନ୍ତି। ନୂତନ ଶିକ୍ଷାନୀତି ୨୦୧୯ ଅନୁସାରେ ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟକ୍ରମ ସ୍କୁଲ ସହିତ ମିଶ୍ରଣ କରି ସମଗ୍ର ଯୋଜନାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୂତନ ଶିକ୍ଷାନୀତି ଅନୁସାରେ ଅଙ୍ଗନୱାଡ଼ି କେନ୍ଦ୍ର ବିଦ୍ୟାଳୟରେ ମିଶ୍ରଣ ହେଲେ ଅଙ୍ଗନୱାଡ଼ି କର୍ମୀ/ସହାୟିକାଙ୍କ ଚାକିରି ସର୍ତ୍ତାବଳୀ କ’ଣ ରହିବ, ସେମାନେ କିଭଳି ଭାବରେ କାର୍ଯ୍ୟ କରିବେ, ଏ ସମ୍ପର୍କରେ ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ତେଣୁ ନୂତନ ଶିକ୍ଷାନୀତିର ବାତିଲ, ଅନୁରୂପ ଭାବେ ଅଙ୍ଗନୱାଡ଼ି କର୍ମୀ ସହାୟିକାଙ୍କ ଦୀର୍ଘ ଦିନର ନ୍ୟାୟସଙ୍ଗତ ଦାବି ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତିମତେ ୱାର୍କର ମାନ୍ୟତା ସର୍ବନିମ୍ନ ଭତ୍ତା ୨୧ ହଜାର ଟଙ୍କା, ପେନସନ୍ ୩ ହଜାର ଟଙ୍କା, ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ୍ ସଂଯୋଗ ନିମନ୍ତେ କେନ୍ଦ୍ର ପିଛା ୫ ହଜାର ଟଙ୍କା ଅନୁଦାନ ପଠାଯାଇଥିଲେ ମଧ୍ୟ ଜିଲ୍ଲାସ୍ତରରେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ତେଣୁ ଧାର୍ଯ୍ୟ ଦରରେ ଅଙ୍ଗନୱାଡ଼ି କେନ୍ଦ୍ର ନାମରେ ଗ୍ୟାସର ସ୍ଥାୟୀ ସଂଯୋଗ ଓ ୨ଟି ଚୂଲା ସହ ୧୪.୫ ଲିଟର ଗ୍ୟାସ୍ ପ୍ରଦାନ କରାଯାଉ।

 

ସରକାରୀ ନିର୍ଦେଶମତେ ଅଙ୍ଗନୱାଡ଼ି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ଓ ବିଦ୍ୟୁତ୍ ଦେୟ ପ୍ରଦାନ, ଅଙ୍ଗନୱାଡ଼ି କର୍ମୀମାନେ ପାଉଥିବା ୫ ବର୍ଷିଆ ଓ ୧୦ ବର୍ଷିଆ ଇନ୍କ୍ରିମେଣ୍ଟ୍ ପ୍ରଦାନ, ବୀମା ଯୋଜନାର ସଫଳ ରୂପାୟନ, ବଜାର ଦର ଅନୁସାରେ ଏସ୍.ଏନ୍.ପି.ର ଦରଧାର୍ଯ୍ୟ ଆଦି ଦାବି ଉପରେ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଆସନ୍ତା ସେପ୍ଟମ୍ବର ୬ ତାରିଖ ଦିନ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ସଂଗଠିତ ହେବା ସହ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏଥିରେ ବହୁ ସଂଖ୍ୟାରେ କର୍ମୀ ଯୋଗଦେବାକୁ ଅନୁରୋଧ।

Comments are closed.