ସଞ୍ଜୟ ରାଉତଙ୍କ କ୍ଷମାପ୍ରାର୍ଥନା ଦାବି କଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ : ପିତା କୃଷ୍ଣକୁମାର ସିଂହଙ୍କ ସହିତ ସୁଶାନ୍ତ ସିଂହଙ୍କର ଭଲ ସମ୍ପର୍କ ନଥିଲା। ପିତାଙ୍କର ଦ୍ୱିତୀୟ ବିବାହକୁ ନେଇ ସୁଶାନ୍ତ ଦୁଃଖିତ ଥିଲେ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ସଞ୍ଜୟ ରାଉତଙ୍କ ଏପରି ମନ୍ତବ୍ୟକୁ ସୁଶାନ୍ତଙ୍କ ପରିବାର ସଦସ୍ୟ ମିଥ୍ୟା ବୋଲି ଦର୍ଶାଇବା ସହିତ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ସୁଶାନ୍ତଙ୍କ ଭାଇ ନୀରଜ ବବଲୁ କହିଛନ୍ତି ଯେ ସଞ୍ଜୟ ରାଉତଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ। ଏପରି ମନ୍ତବ୍ୟ ସୁଶାନ୍ତଙ୍କ ପରିବାରର ସମ୍ମାନ ହାନୀ କରିଛି। ତେଣୁ ସଞ୍ଜୟ ରାଉତ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ନଚେତ୍‍ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତକୁ ଶିବସେନା ପ୍ରଥମରୁ ବିରୋଧ କରିଆସୁଛି।

Comments are closed.