ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ; ୨ ଦିନ ପରେ ଡ଼ାକ୍ତରଖାନାରୁ ମୁକ୍ତ

ବଲିଉଡ଼୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇଛନ୍ତି । ଏହାପରେ ତାଙ୍କୁ ଡ଼ାକ୍ତରଖାନାରୁ ମୁକ୍ତ କରି ଦିଆଯାଇଛି । ୬୧ ବର୍ଷୀୟ ସଞ୍ଜୟ ଗତ ୮ ତାରିଖରେ ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ଲୀଳାବତୀ ହସ୍ପିଟାଲରେ ଭର୍ତି ହୋଇଥିଲେ ।

ସଞ୍ଜୟ ଡ଼ାକ୍ତରଖାନାରେ ଭର୍ତି ହେବା ପରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ମାତ୍ର ତାହା ନେଗେଟିଭ୍ ବାହାରିଛି । ଡ଼ାକ୍ତରଖାନାରୁ ବାହାରିବା ପରେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଡ଼ାକ୍ତରଖାନାରେ ଥିବାବେଳେ ମଧ୍ୟ ସେ ଭଲ ଅଛନ୍ତି ଓ ଡ଼ାକ୍ତରମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଥିବା କହିଥିଲେ । ଏହା ସହ ଡ଼ାକ୍ତରଖାନାର ଡ଼ାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ପ୍ରଶଂସା କରିଥିଲେ ।

ସଞ୍ଜୟଙ୍କ ପତ୍ନୀ ମାନ୍ୟତା ଓ ଦୁଇ ପିଲା ବର୍ତମାନ ଦୁବାଇରେ ଅଛନ୍ତି । ଲକ୍ଡ଼ାଉନ ଯୋଗୁଁ ସେମାନେ ଫେରି ପାରୁନାହାନ୍ତି ।

Comments are closed.