ସ୍ଥାନୀୟ ସଂକ୍ରମଣ ଚିହ୍ନଟ ପରେ ମୁଷାଖୋରୀ ପଞ୍ଚାୟତକୁ ସାନିଟାଇଜ କଲା ପାଟଣା ଅଗ୍ନିଶମ ବିଭାଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ ପଂଚାୟତ ଅଂଚଳରୁ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ମୁଷାଖୋରୀ ଗ୍ରାମରେ ବ୍ୟାପକ ସାନିଟାଇଜ୍ କରାଯାଇଛି । ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଂଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଆଜି ପୂର୍ବାହ୍ନରେ ମୁଷାଖୋରୀ ପଞ୍ଚାୟତ, ଟିଏମସି ହୋଇଥିବା ମୁଷାଖୋରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଷାଖୋରୀ ରାଜସ୍ବ ନୀରିକ୍ଷକଙ୍କ କାର୍ୟ୍ୟାଳୟ ଓ ମୁଷାଖୋରୀ ଗ୍ରାମ ପରିସରକୁ ବ୍ୟାପକ ବିଶୋଧନ କରିଛନ୍ତି।

Comments are closed.