କଖଡିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡିରେ କରୋନା ଘାତକ ସାଜିଛି। ଦୁଇଜଣଙ୍କ ମୁଣ୍ଡ ମଧ୍ୟ ନେଲାଣି କରୋନା ଏବଂ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମାର୍ଗଦର୍ଶନରେ ପଞ୍ଚାୟତର ବିଜୁ ଛାତ୍ର ଜନତା ଦଳର ଉତ୍ସାହୀ ଯୁବକମାନେ କଖଡିର ପ୍ରତ୍ୟେକ ସାହି ଓ ଗଳିକନ୍ଦି ବୁଲି ବିଶୋଧନ କରିଛନ୍ତି। ଲୋକମାନଙ୍କୁ କରୋନାଠାରୁ ନିଜକୁ ଦୂରେଇ ରଖିବା ଓ କରୋନା ଠାରୁ ବିଜୟ ପାଇଁ ସାମାଜିକ ଦୂରତ୍ୱ, ତୁଣ୍ଡିବାନ୍ଧିବା, ଆବଶ୍ୟକ ନଥିଲେ ଘରୁ ବାହାରିବା ନାହିଁ ସଂପର୍କରେ ସଚେତନ କରାଇଥିଲେ। ବିଶ୍ୱଜିତ୍ ରାଉଦ, ଅଭିିଜିତ୍ ସାହୁ, ଦିନେଶ ପ୍ରଧାନ, ରୁଦ୍ରପ୍ରସାଦ ସାହୁ ପ୍ରମୁଖ ବିଜୁ ଛାତ୍ର ଜନତାଦଳର ସଦସ୍ୟମାନେ ବିଶୋଧନ ଓ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସଂଶ୍ଲିଷ୍ଟ କରାଇଥିଲେ।

Comments are closed.