ସାନିଆ ମିର୍ଜାଙ୍କ ଭଉଣୀଙ୍କୁ ବିବାହ କଲେ ଆଜାରୁଦ୍ଦିନଙ୍କ ପୁଅ

ନୂଆଦିଲ୍ଲୀ : ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜାଙ୍କୁ ଭାରତୀୟ କ୍ରିକଟେ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ପୁଅ ଅଶଦୁଦ୍ଦିନ ବିବାହ କରିଛନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା‌ ଜଣାପଡ଼ିଛି। ଅନମ ମିର୍ଜା ଓ ଅଶଦୁଦ୍ଦିନ ଉଭୟ ନିଜ ବିବାହର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଉଭୟଙ୍କ ପରିବାରର ସହମତିରେ ବିବାହ ହୋଇଛି। ବିବାହରେ ଉଭୟଙ୍କ ସମ୍ପର୍କୀୟଙ୍କ ସମେତ ଅନେକେ ସାଙ୍ଗ ସାଥି ଉପସ୍ଥିତ ଥିଲେ।

pic courtesy-social media
pic courtesy-social media

Comments are closed.