ଯାଜପୁର: ତଥାପି ପଶୁନାହିଁ ଚେତା; ଶନି ପୂଜା କରିବାକୁ ଲୋକ ହାଉଜାଉ

ନା ଅଛି ସାମାଜିକ ଦୂରତା, ନାଁ ଅଛି ମୁହଁରେ ମୁଖା

ଭୁବନେଶ୍ଵର : ଯାଜପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ପରିସ୍ଥିତି ଏପରି ହୋଇଛି ଯେ ଖୋର୍ଧାକୁ ବି ବଳିଯିବାକୁ ବସିଲାଣି ଏହି ଜିଲା । ସଚେତନତା ଯୋଗୁଁ ସଂକ୍ରମଣ ଶୃଙ୍ଖଳାକୁ ଖୋର୍ଧା ଜିଲାରେ ଭଙ୍ଗ କରାଯାଇ ପାରିଛି । ରେଡ଼୍ ଜୋନରୁ ଏହି ଜିଲା ଅରେଞ୍ଜ ଜୋନକୁ ଖସିଲାଣି । ଅପରପକ୍ଷରେ ଗତ ସପ୍ତାହକ ମଧ୍ୟରେ ଯାଜପୁର ଜିଲା କରୋନା ହଟସ୍ପଟ ମାନ୍ୟତା ପାଇଛି । ରେଡ଼୍ ଜୋନରେ ସାମିଲ ହୋଇଛି । ଏଥିପାଇଁ ଜିଲାରେ କଟକଣା କଡ଼ାକଡ଼ି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଅବ୍ୟାହତ ରହିଛି । ଜିଲାରେ ଲକ୍ଡ଼ାଉନ କଡ଼ାକଡ଼ି କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି । ହେଲେ ଜିଲା​‌ରେ ଲୋକମାନେ ଏଥିଲାଗି ସଚେତନ ହେଉ ନାହାନ୍ତି ।

କରୋନା ସଂକ୍ରମଣ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ଶନି ପୂଜା ବେଶ୍ ଜୋରସୋର୍ ଚାଲିଛି । ଯାଜପୁର ରୋଡ଼, ବରୀ ନିକଟସ୍ଥ ସାହାସପୁର, ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ଆଦି ବିଭିନ୍ନ ସ୍ଥାନରେ ଲୋକମାନେ ଶନି ପୂଜାସ୍ଥଳୀରେ ଭିଡ଼ କରିଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନ​‌ରେ ଜିଲାରେ ପରିସ୍ଥିତି ଆହୁରି ଗୁୁରୁତର ହେବା ଆଶଙ୍କା ରହିଛି ।

Comments are closed.