ବ୍ୟାଙ୍କ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଅହମ୍ମଦ ପଟେଲଙ୍କୁ ଜେରା

ମନି ଲଣ୍ଡରିଂ ଓ ସାନ୍ଦେସାରା ଭ୍ରାତା ବ୍ୟାଙ୍କ ଠକେଇ ମାମଲାରେ ପୁନର୍ବାର ଇଡ଼ି ଜେରାର ସମ୍ମୁଖୀନ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଗାନ୍ଧୀ ପରିବାରର ଘନିଷ୍ଠ ଅହମ୍ମଦ ପଟେଲ । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟ ପୁନର୍ବାର ତାଙ୍କୁ ଜେରା କରିଛି । ଇଡ଼ିର କିଛି ବରିଷ୍ଠ ଅଧିକାରୀ ମଙ୍ଗଳବାର ସକାଳୁ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ଗତ ୨୭ ତାରିଖରେ ଅହମ୍ମଦ ପଟେଲ ପ୍ରାୟ ୮ ଘଣ୍ଟା ଧରି ଇଡ଼ି ଅଧିକାରୀଙ୍କ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । କରୋନା ଯୋଗୁଁ ସେ ଇଡ଼ି କାର୍ଯ୍ୟାଳୟକୁ ଯାଇ ପାରିବେ ନାହିଁ ବୋଲି କହିବା ପରେ ଇଡ଼ିର ଅଧିକାରୀମାନେ ଜେରା ପାଇଁ ଶ୍ରୀ ପଟେଲଙ୍କ ବାସଭବନରେ ପହଞ୍ଚିଥିଲେ ।

ସାନ୍ଦେସାରା କମ୍ପାନୀ ବିରୋଧରେ ୫ ହଜାର କୋଟି ଟଙ୍କା ଠକେି ଅଭିଯୋଗ ହୋଇଛି । ଏହି ମାମଲାରେ ଶ୍ରୀ ପଟେଲ ଇଡ଼ି ଜେରାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ଗୁଜୁରାଟର ଏକ ଫାର୍ମା କମ୍ପାନୀ ଷ୍ଟାର୍ଲିଂ ବାୟୋଟେକର ମନି ଲଣ୍ଡରିଂ ମାମଲାରେ ମଧ୍ୟ ଶ୍ରୀ ପଟେଲଙ୍କ ସମ୍ପୃକ୍ତି ନେଇ ଇଡ଼ି ତଦନ୍ତ ଆରମ୍ଭ କରିଛି । ଏହି ବ୍ୟବସାୟିକ ସଂସ୍ଥା ସହ ଶ୍ରୀ ପଟେଲଙ୍କ କି ସମ୍ପର୍କ ଅଛି ତାହାର ତଦନ୍ତ ଚାଲିଛି । ପୂର୍ବରୁ ଶ୍ରୀ ପଟେଲଙ୍କ ଜ୍ବାଇଁ ଇରଫାନ୍ ସିଦ୍ଦିକୀ ଓ ଜ୍ବାଇଁ ଫୈଜଲ ପଟେଲକୁ ମଧ୍ୟ ଇଡ଼ି ଜେରା କରିଛି ।

Comments are closed.