ଚୋରା ବାଲି ଚାଲାଣ : ୧୨ ହଜାର ଟଙ୍କା ଜରିମାନା

ଟିକାବାଲି :  ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର ଠାରୁ ସଙ୍କରାଖଲ ଜିବାରାସ୍ତା ଜିଗିନା ଗାଁ ମଧ୍ୟରେ ଯାଉଥିବା  ସାଲୁଙ୍କି ନଦୀ ବାଲି ଆଖପଖ ଅଞ୍ଚଳର ଟ୍ରାକ୍ଟର  ଚୋରା ଚାଲାଣ ହୁଏ। ଏହି ନଦୀର ବାଲି ଟିକାବାଲି ତହସିଲ ଅଧିନରେ ଯାଉଥିବା ବେଳେ। ଆଜି କୌଣସି ସୂତ୍ରରୁ ଖବର ପାଇ ଟିକାବାଲିର ଅତିରିକ୍ତ ତହସିଲଦାର ମୋହନା ମଳିକ ଏବଂ  ଟିକାବାଲି ଓ କଇଁଝର ଆର୍.ଆଇ ଘଟଣା ସ୍ଥଳରେ ପହଞ୍ଚ ଚଡଉ କରିଥିଲେ। ଏକ ଟ୍ରାକ୍ଟର ବାଲି ନେଉଥି ବେଳେ ଟ୍ରାକ୍ଟରକୁ ଅଟକାଇବାରୁ ଟ୍ରାକ୍ଟର ଚାଳକ ଏହାକୁ ନମାନି ଟ୍ରାକ୍ଟର ନେଇ ପଳାଉଥିଲେ। ଟ୍ରାକ୍ଟର ଚାଳକ ତହସିଲଦାରଙ୍କ ଗାଡିକୁ ପଛପଟ ବାମ ପର୍ଶରେ ଧକାଦେଇ ଚାଲିଯାଉଥିବା ବେଳେ ତହସିଲଦାର ପୋଲିସର ସହାୟତା ନେଇଥିଲେ,ଟିକାବାଲି ପୋଲିସ ଘଟାଣା ସ୍ଥଳରେ ପହଁଞ୍ଚି ଟ୍ରାକ୍ଟରକୁ କାବୁ କରି ଜବତ କରିଥିଲେ।
ବାଲି ଟିକାବାଲି ତହସିଲ ଅଧିନର ରହିଥିବା ଓ ଏହାର ଟେଣ୍ଡର ଆରକେଡିକୁ ଦିଆଯାଇ ଥିବା ଜଣାପଡିଛି। ବାଲି ଚୋରା ଚାଲାଣ କରୁଥିବା ମାଲିକ ଠାରୁ ୧୨ହଜାର ଟଙ୍କା ଚାଲାଣ କାଟି ଜବତ ଟ୍ରାକ୍ଟର ଛାଡିଦେଇଥିବା ଅତିରିକ୍ତ ତହସିଲଦାର ମୋହନା ମଳିକ ସୂଚନା ଦେଇଛନ୍ତି।

Comments are closed.