+୩ ଛାତ୍ରଛାତୀଙ୍କ ପାଇଁ ଏକକ ସିଲାବସ

ଭୁବନେଶ୍ୱର : ସରକାରୀ କଲେଜରେ ଯୁକ୍ତ ତିନି ପାଠ୍ୟକ୍ରମକୁ ନେଇ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଶିକ୍ଷା ବର୍ଷଠାରୁ ଯୁକ୍ତ ୩  ଛାତ୍ରଛାତ୍ରୀଙ୍କ ପାଇଁ ଏକକ ସିଲାବସ ଲାଗୁ କରାଯିବ । ଆସନ୍ତା ୩ମାସ ମଧ୍ୟରେ ଓଡ଼ିଶାର ସମସ୍ତ କଲେଜରେ ରେଗୁଲାର ପ୍ରିନ୍ସିପାଲ ନିଯୁକ୍ତି କରାଯିବ ଏବଂ ସେମାନଙ୍କ ବାଇଓଡ଼ାଟା ଓପିଏସସିକୁ ପଠାଇ ଦିଆଯାଇଛି ବୋଲି ଅତିରିକ୍ତ ସଚିବ ପାର୍ଥସାରଥି ମିଶ୍ର ସୂଚନା ଦେଇଛନ୍ତି ।

ବୈଠକ ଶେଷ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଧ୍ୟାପକମାନେ ଠିକ ସମୟରେ କଲେଜ ଆସିବା ସହ ୮ଘଣ୍ଟା ରହିବା ବାଧ୍ୟତାମୂଳକ । କୌଣସି ଅଧ୍ୟାପକ କଲେଜରେ କାମ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ସେଥିଲାଗି କଲେଜ ଗୁଡ଼ିକରେ ବାୟୋମେଟ୍ରିକ ଲଗାଯିବ ।

Comments are closed.