ସାପ ଖେଳାଇଲେ ବିଧାୟକ ସମ୍ବିତ

ଭୁବନେଶ୍ବର: ପାରାଦ୍ବୀପ ବିଧାୟକ ତଥା ବରିଷ୍ଠ ନେତା ଦାମଦୋର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସାପ ଖେଳାଉଥିବା ଦେଖାଯାଇଛି। ସୋଶିଆଲ ମିଡିଆ ଟିକ୍ ଟକରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବିଧାୟକ ସମ୍ବିତ ହାତରେ ଏକ ସାପ ଧରି ଥିବା ଦେଖାଯାଇଛି। ଟିକ୍ ଟକରେ ଭାଇରାଲ ହୋଇଥିବା ୧୧ ସେକେଣ୍ଡର ଭିଡିଓରେ ବିଧାୟକ ସାପକୁ ଧରି  କ୍ୟାମେରା ଆଗରେ ପୋଜ୍ ଦେଉଥିବାର ଦେଖାଯାଇଛି।

ଅନ୍ୟପକ୍ଷରେ ବିଧାୟକଙ୍କୁ ଏହି ବିଷୟରେ ପଚରାଯିବାରୁ ସେ କହିଛନ୍ତି ‘ଦୁଇ ଦିନ ତଳେ ଭୁବନେଶ୍ବର ବାସଭବନରେ ଏକ ଢମଣା ସାପ ପଶିଯାଇଥିଲା। ଯାହାକୁ ଦେଖି ପିଲାମାନେ ଡରି ଯାଇଥିଲେ ଏଣୁ ସେ ସାପକୁ ଧରିଦେଇଥିଲି। ପରେ ସ୍ନେକ ହେଲ୍ପଲାଇନକୁ ଡାକି ସାପଟିକୁ ହସ୍ତାନ୍ତର କରିଥିଲି।’ ସମ୍ବିତ ଆହୁରି ମଧ୍ୟ କହିଛନ୍ତି ସାପକୁ ନେଇ ସେ ବହୁତ ସଚେତନ। କେବେ ସେ କୌଣସି ସାପ ମାରିନାହାନ୍ତି।

Comments are closed.