ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ 

ବୌଦ୍ଧ : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭାରତର ସମ୍ବିଧାନ ଦବସ ଅବସରରେ ଏକ ପ୍ରସ୍ତାବନା ପାଠର ଆୟୋଜନ କରାଯାଇଥିଲା। ଜିଲ୍ଲା ଦୌରାଜଜ୍ ଅରବିନ୍ଦ କୁମାର ଗୁରୁଙ୍କ ଦ୍ୱାରା ପରିଚାଳିତ ଏହି ପ୍ରସ୍ତାବନା ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ସତ୍ୟନାରାୟଣ ଷଡଙ୍ଗୀ,ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ହୃଷିକେଶ ଆଚାର୍ଯ୍ୟ,ରେଜିଷ୍ଟାର ପ୍ରତିଶ କୁମାର ରାଉତରାୟ,ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାଶା ଦୁର୍ଗା,ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ ,ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ସୁମିତ୍ରା ସାହୁ,ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୁନିତା ବିଶ୍ୱାଳ ଶିବାନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ଗୁରୁ ଉପସ୍ଥିତ ବିଚାର ବିଭାଗୀୟ ଅଧିକାରୀ କର୍ମଚାରୀମାନଙ୍କୁ ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ବିସ୍ତୃତ ଭାବରେ ବୁଝାଇଥିଲେ ଏବଂ ସମ୍ବିଧାନର ନିତି ନିୟମକୁ ସମ୍ମାନ ଦେବା ସହ ତାହାକୁ ସଠିକ ଭାବରେ କାର୍ଯ୍ୟରେ ଲଗାଇବାକୁ ପରାମର୍ଶ ଦେଇଥିଲେ।

Comments are closed.