ବିଭିନ୍ନ କ୍ଲବ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବୌଦ୍ଧ : ଫ୍ରେଣ୍ଡସିପ କ୍ଲବ ତେତେଲେଙ୍ଗା ଶାଖାଠାରେ ଯୁଡୋ ଏସୋସିଏସନ ବୌଦ୍ଧ,ଷ୍ଟାର କ୍ଲବ ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ପକ୍ଷରୁ ମିଳିତ ଭାବରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଜଜ୍କୋର୍ଟ ସମ୍ମୁଖ ଛକରେ ଅବସ୍ଥିତ ଡକ୍ଟର ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଏକ ସାଧାରଣ ସଭା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ମୁନା ଦେଓ,ଫ୍ରେଣ୍ଡସ କ୍ଲବ ସଭାପତି ସୁମନ ଷଡଙ୍ଗୀ,ସମ୍ପାଦକ ତୋଫାନ ପରିଡା ଓ ଜାତୀୟ ରେଫରୀ ସୁବ୍ରତ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ।

Comments are closed.