ସମ୍ବଲପୁର ରେଳ ମଣ୍ଡଳର ଭର୍ଚୁଆଲ ପ୍ରେସ କନଫରେନ୍ସ; ନଭେମ୍ବର ୨୦୨୧ ସୁଦ୍ଧା ୱାଗନ ରକ୍ଷଣାବେକ୍ଷଣ ଡିପୋ କାର୍ଯ୍ୟକ୍ଷମ ହେବ

ସମ୍ବଲପୁର: କରୋନାର ସଂକ୍ରମଣ ଯୋଗୁଁ ଏବେ ବିଶ୍ୱର ସମସ୍ତ ପ୍ରକାରର ବ୍ୟବସ୍ଥା ଓଲଟପାଲଟ ହୋଇଯାଇଛି। ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଏହି ସଂକ୍ରମଣର ଏକ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ହୋଇଥିବାରୁ ଏବେ ସମସ୍ତ ପ୍ରକାରର ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁଡିକୁ ଡିଜିଟାଲ ଅଥବା ଭର୍ଚୁଆଲ ମାଧ୍ୟମରେ ପାରୁ ପର୍ଯ୍ୟନ୍ତ ସମ୍ପାଦିତ କରାଯାଉଛି। କରୋନାର ସଂକ୍ରମଣ ପରେ ରେଳବାଇ ପକ୍ଷରୁ ଯାତ୍ରୀ ସେବାକୁ ପ୍ରଥମ ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ବାତିଲ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ଆଂଶିକ ଯାତ୍ରୀବାହୀ ରେଳ ସେବାକୁ ଚାଲୁ କରାଯାଇଛି। ଏବେ ସମସ୍ତ ବ୍ୟବସ୍ଥାକୁ ଏକ ପ୍ରକାର ବାତିଲ କରାଯାଇଥିବା ବେଳେ ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳର ବିଗତ ଦିନରେ କରାଯାଇଥିବା କାର୍ଯ୍ୟ ଗୁଡିକର ବିବରଣୀ ଦେବା ପାଇଁ ମଣ୍ଡଳ ତରଫରୁ ଶୁକ୍ରବାର ଏକ ଭର୍ଚୁଆଲ ପ୍ରେସ ମିଟର ଆୟୋଜନ କରାଯାଇଥିଲା। ଶୁକ୍ରବାର ଦିନ ୧୨ଟାରେ ସମ୍ବଲପୁର ରେଳ ମଣ୍ଡଳ ତରଫରୁ ଆୟୋଜିତ ଏହି ଭର୍ଚୁଆଲ ପ୍ରେସ ମିଟରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କ ଅଧ୍ୟକ୍ଷତାରେ ସମେତ ଅନ୍ୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ରେଳୱେ ବୋର୍ଡର ନିର୍ଦ୍ଦେଶାନୁଯାୟୀ ସମ୍ବଲପୁର ମଣ୍ଡଳରେ ମାଲ ପରିବହନ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ନିରନ୍ତର ଧ୍ୟାନ ଦିଆଯିବା ସହିତ ବ୍ୟବସାୟ ବିକାଶ ୟୁନିଟ ଗଠନ କରାଯାଇଛି। ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର କନଫରେନ୍ସରେ ଯୋଗ ଦେଇ କହିଛନ୍ତି ଯେ, ରେଳବାଇ ମାଲ ପରିବହନ ପାଇଁ ଗ୍ରାହକ ମାନଙ୍କ ସୁବିଧା ଓ ଲାଭ ପାଇଁ କ୍ରମାଗତ ଭାବରେ ଅନେକ ନିତିଗତ ପଦକ୍ଷେପ ଗ୍ରହଣ କରିଛି। ଏଣୁ ରେଳବାଇ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଗୁଡିକ ବାଣିଜ୍ୟ ଓ ଶିଳ୍ପରେ ପହଞ୍ôଚବା ଜରୁରୀ ଅଟେ। ଏଣୁ ରେଳବାଇର ଗ୍ରାହକ ମାନେ ଏହାର ସୁବିଧା ନେବାକୁ ଅପିଲ କରିଥିଲେ। ଏଥି ପାଇଁ ଗଠିତ ବ୍ୟବସାୟ ବିକାଶ ୟୁନିଟ କୌଣସି ଟ୍ରାଫିକ ପ୍ରସ୍ତାବର ଶିଘ୍ର କାର୍ଯ୍ୟ କ୍ଷମତା ପାଇଁ ଏକ ନୋଡାଲ ପଏଣ୍ଟ ଭାବରେ କାର୍ଯ୍ୟ କରିବ ବୋଲି ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର କହିଥିଲେ।

ଭୁର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ମଣ୍ଡଳ ଅଧିନସ୍ଥ ସମ୍ବଲପୁରର ଉପକଣ୍ଠସ୍ଥ ସରଲା ଠାରେ ନିର୍ମାଣାଧିନ ୱାଗନ ରକ୍ଷଣାବେକ୍ଷଣ ଡିପୋର ଅଗ୍ରଗତି ସର୍ମ୍ପକରେ ପ୍ରଶ୍ନ ଉତ୍ତର ଦେଇ ମଣ୍ଡଳ ପ୍ରବନ୍ଧକ କହିଛନ୍ତି ଯେ, ଏହି ଡିପୋର କାର୍ଯ୍ୟ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା ବେଳେ କରୋନା ଯୋଗୁଁ ତାହା ବନ୍ଦ ରହିଥିଲା। ତେବେ ପରବର୍ତ୍ତି ସମୟରେ ଏପ୍ରିଲ ୨୭ ତାରିଖରୁ ଏହାର କାର୍ଯ୍ୟ ପୁର୍ନବାର ଆରମ୍ଭ ହୋଇଛି ଏବଂ ଏହାକୁ ପୂର୍ବ ନିର୍ଦ୍ଧାରିତ ସମୟ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିଭଳି ଏବେ ଫ୍ଲାଏ ଆସର ସିମେଣ୍ଟ ନିର୍ମାଣ, ରାସ୍ତା ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ଉପଯୋଗ ହେଉଥିବାରୁ ମଣ୍ଡଳ ଅଧିନସ୍ଥ ଅଞ୍ଚଳରୁ ଆଗାମୀ ଅକ୍ଟୋବରରୁ ଦେଶର ବିଭିନ୍ନ ସ୍ଥାନକୁ ଫ୍ଲାଇ ଆସ ପରିବହନ ଆରମ୍ଭ ହେବ। ସେହିପରି ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ପର୍ଯ୍ୟନ୍ତ ପ୍ରସ୍ତାବିତ ରାସ୍ତା, ସମ୍ବଲପୁର ରୁ ନୂଆଦିଲ୍ଲୀକୁ ଏହି ସମୟରେ ଏକ ସ୍ୱତନ୍ତ୍ର ଟ୍ରେନର ଚଳାଚଳ, ସମ୍ବଲପୁର ରୁ ବ୍ରହ୍ମପୁର ପର୍ଯ୍ୟନ୍ତ ରେଳ ଚଳାଚଳ ଆଦି ଉପରେ ରେଳବାଇର ଧ୍ୟାନ ରହିଛି। କିନ୍ତୁ ଏବେ କରୋନା ସଙ୍କଟ ଯୋଗୁଁ ରେଳବାଇର କେବଳ ମାଲ ପରିବହନ ଓ ଆଂଶିକ ଯାତ୍ରୀସେବା ଜାରି ରହିଛି। ତେବେ ରେଳ ଯାତ୍ରୀସେବା ପାଇଁ ରକ୍ଷଣାବେକ୍ଷଣର ଖର୍ଚ୍ଚ ପୂର୍ବବତ ଜାରି ରହିଛି। ଏଣୁ ଏବେ ରେଳବାଇ କାର୍ଯ୍ୟକାରି ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକୁ ସାମୟିକ ଭାବରେ ସ୍ଥଗିତ ରଖିଛି ବୋଲି ଅଧିକାରୀ ମାନେ ଉତ୍ତର ଦେଇଥିଲେ।

ବିକାଶ ୟୁନିଟର ସଂଯୋଜକ ତଥା ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ, ଡ. ମିଳିନ୍ଦ ହିରୱେ ରେଳବାଇ ଦ୍ୱାରା ମାଲ ପରିବହନକୁ ଦ୍ୱିଗୁଣିତ କରିବା।ପଇଁ ବିଭିନ୍ନ ପଦକ୍ଷେପ ଓ ସେହି ସମୟରେ ରେଳବାଇ ଟ୍ରାଫିକକୁ ସୁଚାରୁ ରୂପରେ ପରିଚାଳନା ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଉପରେ ଏକ ପାୱାର ପଏଣ୍ଟ ପ୍ରେଜେନ୍ଟେସନ ଉପସ୍ଥାପନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଏଲଭିଏସଏସ ପାତ୍ରୃଡୁ, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଏସ. ଏସ. ନାୟକ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ସମନ୍ୱୟ) ଜୟନ୍ତ କୁମାର ଖମାରୀ, ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଯନ୍ତ୍ରୀ ସଞ୍ଜୟ କୁମାର ଙ୍କ ସମେତ ବିଭିନ୍ନ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ସାମିଲ ହୋଇଥିଲେ।

Comments are closed.