ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇଜଣ ତୃତୀୟ ଶ୍ରେଣୀ କର୍ମଚାରୀ କରୋନା ସଂକ୍ରମିତ

ମୁଖ୍ୟ କ୍ୟାମ୍ପସକୁ ସାନିଟାଇଜ କରାଗଲା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ କରୋନା ତାର ଅବସ୍ତିତି ଜାହିର କରିଛି। ଦୁଇଜଣ ତୃତୀୟ ଶ୍ରେଣୀ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ କୋଠାକୁ ସାନିଟାଇଜ୍ କରାଯାଇଛି। ଉକ୍ତ ଦୁଇଜଣ ପୁରୁଷ କର୍ମଚାରୀ ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ବୁର୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ମୁଖ୍ୟ କୋଠାକୁ ସାନିଟାଇଜ୍ କରାଯାଇଛି। ସଂକ୍ରମିତ ହୋଇଥିବା ଦୁଇଜଣ କର୍ମଚାରୀ ଏହି କୋଠାକୁ ଯିବା ଆସିବା କରିବା ସହିତ ବିଭିନ୍ନ କାର୍ଯ୍ୟ ମଧ୍ୟ କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

Comments are closed.