ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଏହି ରୁଟ୍‌ରେ ରେଳଚଳାଚଳ ଆଂଶିକ ବାତିଲ୍‌

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଟିଟିଲାଗଡ – ସମ୍ବଲପୁର ରେଳ ମାର୍ଗରେ ଥିବା ସିକିର – ବଡମାଲ ଷ୍ଟେସନ ମଧ୍ୟରେ ରେଳ ଦୋହରୀରକରଣ ଓ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି । ଏଥି ପାଇଁ ଆସନ୍ତା ୬ ରୁ ୧୧ ନଭେମ୍ବର ମଧ୍ୟରେ ସମ୍ବଲପୁର – ଜୁନାଗଡ ରୋଡ – ସମ୍ବଲପୁର ପାସେଞ୍ଜର ସମ୍ବଲପୁର ରୁ ଓ ଜୁନାଗଡ ରୋଡରୁ ୭ ରୁ ୧୨ ନଭେମ୍ବର ପର୍ଯ୍ୟନ୍ତ ବାତିଲ ରହିବ । ସେହିଭଳି ୦୮୨୬୩/୦୮୨୬୪ ଟିଟିଲାଗଡ – ବିଲାସପୁର – ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ ରୁ ୭ ରୁ ୧୨ ନଭେମ୍ବର ଓ ବିଲାସପୁର ରୁ ୬ ରୁ ୧୧ ନଭେମ୍ବର, ୦୮୨୭ତ୍ତ୍ୱ/୦୮୨୭୮ ଟିଟିଲାଗଡ – ରାୟପୁର – ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ ରୁ ୬ ରୁ ୧୧ ନଭେମ୍ବର ଓ ରାୟପୁର ରୋଡ ରୁ ୭ ରୁ ୧୨ ନଭେମ୍ବର ଏବଂ ୧୮୩୦୧/୧୮୩୦୨ ସମ୍ବଲପୁର – ରାୟଗଡା – ସମ୍ବଲପୁର ଇନ୍ଟରସିଟି ଏକ୍ସପ୍ରେସ ୭ ରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ ।

ସେହିଭଳି ହାୱାଡ – ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ହାୱଡା ରୁ ୭ ରୁ ୧୦ ନଭେମ୍ବର ଏବଂ ଜଗଦଲପୁର ରୁ ୯ ରୁ ୧୨ ନଭେମ୍ବର ମଧ୍ୟରେ ଉଭୟ ପାଶ୍ୱର୍ରୁ ହାୱଡା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ଏହାର ଚଳାଚଳ ବାତିଲ ରହିବ । ସେହିପରି ହାୱଡା – ଟିଟିଲାଗଡ / କଣ୍ଟାବାଞ୍ଜି – ହାୱଡା ଇସ୍ପାତ ଏକ୍ସପ୍ରେସ ୭ ରୁ ୧୧ ନଭେମ୍ବର ହାୱଡାରୁ ଓ ୮ ରୁ ୧୨ ନଭେମ୍ବର କଣ୍ଟାବାଞ୍ଜି / ଟିଟିଲାଗଡ ରୁ ଉଭୟ ପାଶ୍ୱର୍ରୁ ହାୱଡା ଓ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଏବଂ ବଲାଙ୍ଗୀର ରୁ କଣ୍ଟାବାଞ୍ଜି / ଟିଟିଲାଗଡ ମଧ୍ୟରେ ଏହାର ଚଳାଚଳ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଅଞ୍ଚଳ ଗୁଡିକରେ ରେଳ ଚଳାଚଳକୁ ଅଧିକ ସୁଗମ ଓ ଆଧୁନିକ ଯାତ୍ରୀ ସୁବିଧା ନିମନ୍ତେ ନିରନ୍ତର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି ।

Comments are closed.