ଲକ ଡାଉନ ସମୟରେ ଭୋଜି କରିବା ଅଭିଯୋଗରେ ୩ଜଣଙ୍କ ନାମରେ ମାମଲା

ସମ୍ବଲପୁର : କରୋନା ପାଇଁ ଦେଶବ୍ୟାପି ଲକ ଡାଉନ ଘୋଷଣା କରାଯାଇଥିବା ବେଳେ କିଛି ବ୍ୟକ୍ତି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ମାନୁ ନ ଥିବାର ଦେଖାଯାଉଛି। ଏଭଳି ଏକ ମାମଲାରେ ବୁଧବାର ତିନି ଜଣ ଲୋକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସମ୍ବଲପୁର ଜିଲା ଧନୁପାଲୀ ଥାନା ଅର୍ନ୍ତଗତ ପୁଟିବନ୍ଧ ଅଞ୍ଚଳରେ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ପଛପଟରେ କିଛି ଲୋକ ଏକତ୍ର ହୋଇ ଭୋଜିଭାତ କରୁଥିବାର ଅଭିଯୋଗ ହୋଇଥିଲା। ଏଣୁ ପୁଲିସ ତୁରନ୍ତ ଭୋଜିଭାତରେ ମସଗୁଲ ରହିଥିବା ସ୍ଥାନରେ ଚଢ଼ଉ କରିଥିଲା। ତେବେ ପୁଲିସ ଚଢ଼ଉ ସମୟରେ ବହୁ ବ୍ୟକ୍ତି ଫେରାର ହୋଇ ଯାଇଥିବା ବେଳେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏଣୁ ଅଭିଯୁକ୍ତ ତିନି ଜଣଙ୍କ ନାମରେ ସରକାରଙ୍କ ନିୟମ ଉଲ୍ଲଂଘନ କରିଥିବାରୁ ପ୍ରଶାସନିକ ଅଧିକାରୀଙ୍କ ଅଭିଯୋଗ କ୍ରମେ ଧନୁପାଲୀ ଥାନାରେ ୧୪୪/୨୦୨୦ରେ ମାମଲା ରୁଜୁ କରାଯାଇଛି ବୋଲି ସମ୍ବଲପୁର ପୁଲିସ କହିଛି।

Comments are closed.