MEllora 950×100

ରକ୍ଷଣାବେକ୍ଷଣ ନିମନ୍ତେ ୯ ଘଣ୍ଟା ପାଇଁ ୨ ଜିଲାରେ ବିଦ୍ୟୁତ ବନ୍ଦ

ସମ୍ବଲପୁର: ଓପିଟିସିଏଲ ପକ୍ଷରୁ ୧୩୨/୩୩ କେଭି ଉଚ୍ଚକ୍ଷମତା ବିଶିଷ୍ଟ ବିଦ୍ୟୁତ ଲାଇନ ଓ ଯନ୍ତ୍ରପାତି ଗୁଡିକର ରକ୍ଷଣାବେକ୍ଷଣ ଆଜି କରାଯିବ । ଏଥି ପାଇଁ ପଶ୍ଚିମ ଓଡିଶାର ୨ଟି ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବ୍ୟାହତ ହେବ । ପଶ୍ଚିମ ଓଡିଶାରେ ବିଦ୍ୟୁତ ସେବା ବିତରଣକାରୀ କମ୍ପାନୀ ତରଫରୁ ଜାରି ସୂଚନାନୁଯାୟୀ, ସୋନପୁର, ବୀରମହାରାଜପୁର, ରେଙ୍ଗାଲି (ସମ୍ବଲପୁର) ଏବଂ ଦେବଗଡ ଜିଲାରେ ଥିବା ୧୩୨/୩୩ କେଭି କ୍ଷମତା ସମ୍ପନ୍ନ ଗ୍ରୀଡ ସବଷ୍ଟେସନ ଗୁଡିକର ସ୍ୱିଚୟାର୍ଡ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏଥି ପାଇଁ ସୋନପୁର ଜିଲା ଅଧିନସ୍ଥ ସୋନପୁର, ବିନିକା, ତରଭା, ଖାରି, ବୀରମହାରାଜପୁର, ସୁବଳୟା, ଉଲୁଣ୍ଡା, ମହାଦେବପାଲି, ଚେରୁପାଲି ଓ ସନ୍ନିକଟସ୍ଥ ଅଞ୍ଚଳ ଏବଂ ଦେବଗଡ ଜିଲା ଅଧିନସ୍ଥ ବୁଢ଼ାପାଳ, କୁଣ୍ଡେଇଗୋଳା, ପଲସମା, ସେଣ୍ଡା ଆଦି ଅଞ୍ଚଳ ସହିତ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ବିଦ୍ୟୁତ ଯୋଗାଣ ୯ ଘଣ୍ଟା ଧରି ବନ୍ଦ ରହିବ ବୋଲି ଟିପିୃବ୍ଲୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.