ଜିଲା ମୁକ ଓ ବଧିର ସଙ୍ଗଠନ ତରଫରୁ ଜିଲାପାଳଙ୍କୁ ସାକ୍ଷାତକାର

ସମ୍ବଲପୁର: ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ସମ୍ବଲପୁର ଜିଲା ମୁକ ଓ ବଧିର ସଙ୍ଗଠନର ସଭାପତି ସଞ୍ଜୟ ବାବୁଙ୍କୁ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲାପାଳ ଅନନ୍ୟା ଦାସଙ୍କୁ ସାକ୍ଷାତକାର କରିଛନ୍ତି। ଜିଲାରେ ମୁକ ଓ ବଧିରମାନଙ୍କ ଥିବା ସମସ୍ୟାଗୁଡିକ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଜିଲାର ସମସ୍ତ ମୁକ ଓ ବଧିରଙ୍କ ପାଇଁ ବୁର୍ଲାଠାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ଅବସରରେ ଉପସଭାପତି ପ୍ରଫୁଲ୍ଲ କୁମାର ଦାଶ, ଆର.ଏ. ଶିବ କୁମାର, ପଲ୍ଲବୀ ଗୋପ, ସୌରଭ ଗୋପ, ଅରବିନ୍ଦ ଆଇସ, ତମ୍ବରେଶ ସାହୁ, ଦୁଲାଲ ଚନ୍ଦ୍ର ରାୟ, ହରିବନ୍ଧୁ ବେହେରା, ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

 

Comments are closed.