MEllora 950×100

ଡେବ୍ରିଗଡ ଅଭୟାରଣ୍ୟର ରାସ୍ତାରେ ବୁଲିଛି ମହାବଳ ବାଘ

ସମ୍ବଲପୁର : ଡେବ୍ରିଗଡ ଅଭୟାରଣ୍ୟରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଅଭୟାରଣ୍ୟରେ ଠାବ ହୋଇଛି ମହାବଳ ବାଘ। ମହାବଳ ବାଘ ବୁଲୁଥିବା ଏକ ଭିଡିଓରୁ ଡିଏଫଓ ସ୍ପଷ୍ଟ କରିଛନ୍ତି। ବାଘ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଡିଏଫଓ କହିଛନ୍ତି। ୧୨ଟି ଟିମ୍‌‌ ଦ୍ୱାରା ମହାବଳ ବାଘକୁ ମନିଟରିଂ କରାଯାଉଛି। ବାଘଟି ପୂର୍ବରୁ ଥିଲା ନା ଛତିଶଗଡରୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ ବୋଲି ଡିଏଫଓଙ୍କ ପକ୍ଷରୁ ସୂଚନା ମିଳିଛି। ୨୦୧୮ରେ ଶେଷ ଥର ପାଇଁ ଡେବ୍ରିଗଡରେ ମହାବଳ ବାଘ ଦେଖାଯାଇଥିଲା।

Comments are closed.