MEllora 950×100

ମୁକ୍ତିକାନ୍ତଙ୍କ ଅଭିନବ ପଦଯାତ୍ରା

ସମ୍ବଲପୁର: ସୁନ୍ଦରଗଡ ଜିଲା ଅର୍ନ୍ତଗତ ରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବାରୁ ପ୍ରତିବାଦରେ ‘ଶ୍ରବଣ କୁମାର’ ଢ଼ଙ୍ଗରେ ପଦଯାତ୍ରାରେ ବାହାରିଛନ୍ତି । ରାଉରକେଲାରୁ ସେ ପଦଯାତ୍ରା ଆରମ୍ଭ କରି ସମ୍ବଲପୁରର ଧନୁପାଲି ଠାରେ ପହଞ୍ଚିବା ସହ କିଛି ସମୟ ଧରି ବିଶ୍ରାମ ପରେ ପୁର୍ନବାର ସମ୍ବଲପୁରରୁ ଏହି ଅଭିନବ ପଦଯାତ୍ରା ଆରମ୍ଭ କରିଛନ୍ତି । ଗତ ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ଏହି ପଦଯାତ୍ରା ଆରମ୍ଭ କରିଥିବା ବେଳେ ସମ୍ବଲପୁରର ଧନୁପାଲି ଛକରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ନବୀନ ନିବାସ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି ।

ମୁକ୍ତିକାନ୍ତ ୨୦୧୩ ମସିହାରେ ସରକାର କୋଏଲ ନଦୀରେ ବ୍ୟାରେଜ, ରାଉରକେଲା ରିଙ୍ଗରୋଡ, ରାଉରକେଲା ସରକାରୀ ଡାକ୍ତରଖାନାକୁ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରିବା, ନୁଆଁ ଗାଁ ଓ ବିଶ୍ରା ଠାରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ କରି ନାହାନ୍ତି । ଏଣୁ ମୁକ୍ତିକାନ୍ତ ଏହାର ପ୍ରତିବାଦରେ ଉକ୍ତ ପ୍ରକଳ୍ପ ଗୁଡିକର ମଡେଲ ଗୁଡିକୁ କାନ୍ଧରେ ବୋହି ନେଇ ପଦଯାତ୍ରା କରୁଛନ୍ତି ।

ବିଗତ ୨୦୧୮ ମସିହାରେ ମଧ୍ୟ ମୁକ୍ତିକାନ୍ତ ଏଭଳି ପଦଯାତ୍ରା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲେ । ୪ ବର୍ଷ ବିତିଯିବା ସତ୍ତ୍ବେ ସରକାର ରାଉରକେଲା ସହର ପାଇଁ ଘୋଷଣା କରିଥିବା ସବୁ ପ୍ରକଳ୍ପ ଗୁଡିକ ସରକାର ଆରମ୍ଭ କରି ନାହାନ୍ତି । ଏଣୁ ମୁକ୍ତିକାନ୍ତ ଭୁବନେଶ୍ୱର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ ଗୁଡିକର ମଡେଲ ଦେଖାଇ ଯଥାଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଦାବି କରିବେ ବୋଲି କହିଛନ୍ତି ।

 

Comments are closed.