ସମ୍ବଲପୁର ରୋଡ ରେଳ ଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ

ରେଳ ଧାରଣାରେ ବସିଲେ ସ୍ଥାନୀୟ ଜନତା ; ଅଟକିଛି ଅନେକ ଟ୍ରେନ

ସମ୍ବଲପୁର  : ଐତିହ୍ୟ ସମ୍ପନ୍ନ ତଥା ସମ୍ବଲପୁରର ପ୍ରଥମ ରେଳ ଷ୍ଟେସନ ‘ସମ୍ବଲପୁର ରୋଡ଼’ ରେଳ ଷ୍ଟେସନକୁ ଯାତ୍ରୀ ସୁବିଧା ଓ ରେଳ ବିକାଶ କାର୍ୟ୍ୟ ପାଇଁ ଆସନ୍ତା ୧ ତାରିଖରୁ ଉଚ୍ଛେଦ କରିବା ପାଇଁ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛି । ଏହାର ବିରୋଧରେ ତୀବ୍ର ପ୍ରତିକ୍ରିୟା ଓ ପ୍ରତିବାଦ ଦେଖିବାକୁ ମିଳିଛି । ରେଳ ଷ୍ଟେସନ ଉଚ୍ଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭରଶୀଳ ବ୍ୟବସାୟୀ, ରେଳ ଧାରଣ କଡରେ ବସିଥିବା ବସ୍ତି ଗୁଡିକର ଶହ ଶହ ପରିବାର ସିଧାସଳଖ ପ୍ରଭାବିତ ହେବେ । ସମ୍ବଲପୁର ର ସର୍ବପୁରାତନ ରେଳ ଷ୍ଟେସନ ହୋଇଥିବାରୁ ଏହାକୁ ବନ୍ଦ ନକରି ଏହାର ଉନ୍ନତି ତଥା ଆଧୁନିକୀକରଣ ପ୍ରତି ଧ୍ୟାନ ଦେବାକୁ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଓ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଅନେକ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲେ ସୁଦ୍ଧା କୌଣସି ଲାଭ ହୋଇ ନାହିଁ । ଷ୍ଟେସନ ଉଠିଯିବା ନିଷ୍ପତି କୁ ବିରୋଧ କରି ଶନିବାର ସକାଳ ୧୦ଟାରୁ ଫାଟକ ଅଂଚଳର ଶହ ଶହ ଲୋକ ରେଳ ଧାରଣା ଉପରେ ବସି ରହି ବିକ୍ଷୋଭ ଜାରି ରଖିଛନ୍ତି । ଆନ୍ଦୋଳନକାରି ମାନେ ରେଳ ଲାଇନ ଉପରେ ବସି ରହିଥିବାରୁ ସମ୍ବଲପୁର ରୋଡ଼ ଷ୍ଟେସନ ଦେଇ ଚଳାଚଳ କରୁଥିବା ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । ଭୁବନେଶ୍ୱର – ବଲାଙ୍ଗୀର ଇଣ୍ଟେରସିଟି ଟ୍ରେନ ସମ୍ବଲପୁର ସିଟି ଷ୍ଟେସନ ଠାରେ ଅଟକି ରହିଛି । ଷ୍ଟେସନ ନିକଟରେ ଥିବା ସମସ୍ତ ଦୋକାନ ବନ୍ଦ ରହିଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Comments are closed.