ଜିଏମୟୁରେ ପୋଷ୍ଟର ଉପସ୍ଥାପନ କାର୍ଯ୍ୟକ୍ରମ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଆୟୋଜିତ ପୋଷ୍ଟର ଉପସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ବିଭାଗର ମୁଖ୍ୟ ଡ. ପ୍ରିୟବ୍ରତ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ହୋଇଯାଇଛି। ଉଦଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ଏନ. ନାଗରାଜୁ, କୂଳ ସଚିବ ଯୁଗଳେଶ୍ୱରୀ ଦାସ, ଉପ କୂଳ ସଚିବ ଡ. ଉମାଚରଣ ପତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ର. ସୁଶାନ୍ତ କୁମାର ଦାସ ଏବଂ ବାଣିଜ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ର. ଶ୍ୟାମା ଚରଣ ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର ପୋଷ୍ଟର ଉପସ୍ଥାପନାକୁ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଧ୍ୟାପକ ଡ. ଜ୍ଞାନରଞ୍ଜନ ବଳ, ସୁବାଷ ଚନ୍ଦ୍ର ଝାଙ୍କର, ଅଧ୍ୟାପିକା ସରୋଜା ମେହେର ଙ୍କ ସମେତ ବିଭାଗର ସ୍ନାତକୋତ୍ତର ଓ ଗବେଷକ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.