ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ବିଚାରପତିଙ୍କୁ ଦଣ୍ଡବତ ହେଲେ ମହିଳା

ସମ୍ବଲପୁର: ସମ୍ବଲପୁରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ତରଫରୁ ନିଆରା ପ୍ରତିବାଦ କରାଯାଇଛି । ବୁଧବାର ସମ୍ବଲପୁର ସହରର ସବୁ ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯାଇ ପ୍ରତିବାଦ କରାଯାଇଥିଲା । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା କରିବା ପାଇଁ ନାଗରିକ କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ସହର କଚେରୀ ଛକଠାରେ ଧାରଣା ଦିଆଯାଇଛି । ତେବେ ଆଜି କୋର୍ଟ ବନ୍ଦ କରାଯାଇ ଧାରଣା ଦିଆଯାଉଥିବା ସମୟରେ ମାନ୍ୟବର ବିଚାରପତିମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ବେଳେ ନାଗରିକ କ୍ରିୟାନୁଷ୍ଠାନ କମିଟିର ମହିଳା ସଭ୍ୟାମାନେ ବିଚାରପତିଙ୍କ ପାଦ ତଳେ ଦଣ୍ଡବତ ପ୍ରଣାମ କରି ଅଭିନବ ପ୍ରତିବାଦ କରିଥିଲେ । ମହିଳାମାନେ ଦଣ୍ଡବତ କରି ହାଇକୋର୍ଟ ବେଞ୍ଚ ଦାବି ପୂରଣ ପାଇଁ ଦାବି କରିଥିଲେ। ଏଭଳି ଭାବେ ହାଇକୋର୍ଟ ବେଞ୍ଚ ଦାବି ନେଇ ବିଚାରପତିଙ୍କ ଗାଡି ନିକଟରେ ତାଙ୍କ ପାଦ ତଳେ ଦଣ୍ଡବତ ପ୍ରଣାମ କରି ହାଇକୋର୍ଟ ଦାବି ନେଇ ସରକାରଙ୍କ ଅଣଦେଖା ନୀତିର ଦୃଢ ବିରୋଧ କରିଥିଲେ।

Comments are closed.