ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ନିବାସୀ ଫଟୋଗ୍ରାଫର ଶିଶିର ପାଣିଗ୍ରାହୀଙ୍କ ବାସଭବନ ଠାରେ ଶୁକ୍ରବାର ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଫଟୋଫିଲିକ୍ସ ସମ୍ବଲପୁର ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଅରବିନ୍ଦ ମିଶ୍ର ଫଟୋଗ୍ରାଫିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଫଟୋଫିଲିକ୍ସର ଆଗାମୀ କାର୍ଯ୍ୟସୂଚୀ ବିଷୟରେ ସଦସ୍ୟ ମାନେ ଆଲୋଚନା କରି କିଛି ପ୍ରସ୍ତାବ ଗୃହୀତ କରିଥିଲେ । କାର୍ଯ୍ୟକ୍ରମରେ ଆଶିଷ ପ୍ରଧାନ, ଶିଶିର ପାଣିଗ୍ରାହୀ, ରଣଜିତ ସାହୁ, ବିଶ୍ୱନାଥ ବଗର୍ତ୍ତି, ଜଗନ୍ନାଥ ବାଗ, ସୁବ୍ରତ ନାଥ, ନରେଶ ସିଂ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଶେଷରେ ସତ୍ୟଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.