ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ

ସମ୍ବଲପୁର : ଅଲ ଇଣ୍ଡିଆ ଟ୍ରେଡ଼ ୟୁନିଅନ ପକ୍ଷରୁ ଦିଆ ଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରାର ସମ୍ବଲପୁର ଜିଲାରେ ମିଳାମିଶା ପ୍ରଭାବ ଦେଖିବାକୁ ମିଳିଛି । ଧର୍ମଘଟକାରି ମାନେ ଆଇଁଠାପାଲି ଛକ ରେ ୫୫ ନମ୍ବର ଜାତୀୟ ରାଜପଥ (ମୁମ୍ବାଇ – କୋଲକାତା) କୁ ଅବରୋଧ କରିଛନ୍ତି । ସେହିଭଳି ସମ୍ବଲପୁର – ବରଗଡ଼, ସମ୍ବଲପୁର – ଝାରସୁଗୁଡା ଓ ସମ୍ବଲପୁର ଦେବଗଡ଼ ମଧ୍ୟରେ ଯାତ୍ରୀ ଓ ମାଲ ପରିବହନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । କଟକ – ସମ୍ବଲପୁର ଜାତୀୟ ରାଜପଥ ଯୋଗୁଁ ସମ୍ବଲପୁର – କଟକ ଯାତାୟାତ ଠପ ହୋଇଛି ।

ଫଳରେ ସମ୍ବଲପୁର – ସୋନପୁର ରାଜ୍ୟ ରାଜପଥ ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତା ଅବରୋଧ ଯୋଗୁଁ ଏହି ରାସ୍ତା ଗୁଡିକରେ ଶହ ଶହ ଧାନ ଗାଡି ସମେତ ଅନ୍ୟାନ୍ୟ ଯାତ୍ରୀବାହୀ ଓ ମାଲବାହୀଯାନ ଗୁଡିକ ରାସ୍ତା କଡରେ ଅଟକି ରହିଛି । ସହରରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହିଥିବା ବେଳେ ସହର ମଧ୍ୟରେ କାଁ ଭାଁ ଛୋଟ ଦୋକାନମାନ ଖୋଲା ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସହରର ବିଭିନ୍ନ ସମ୍ବେଦନଶୀଳ ଛକ ମାନଙ୍କରେ ପୁଲିସ ପେଟ୍ରୋଲିଂ କଡାକଡି କରାଯାଇଛି ।

Comments are closed.