କେମିଷ୍ଟ ଆଣ୍ଡ ଡ୍ରଗିଷ୍ଠ ଆସୋସିଏସନ ସଂଘର ନିର୍ବାଚନ ସମ୍ପନ୍ନ

ସମ୍ବଲପୁର: ସମ୍ବଲପୁର ଜିଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଆୟୋଜିତ ହୋଇଯାଇଛି। ସମ୍ବଲପୁର ଠାରେ ଆୟୋଜିତ ଏହି ବୈଠକରେ ୨୬ ଜଣିଆ କାର୍ଯ୍ୟକାରୀ କମିଟିର ସର୍ବସମ୍ମତି କ୍ରମେ ସଭାପତି ରୂପେ ପ୍ରଶାନ୍ତ ରଥ ଏବଂ ଜୟ ପ୍ରକାଶ ତ୍ରିପାଠୀ (ବଣ୍ଟି) ସମ୍ପାଦକ ରୂପେ ଆଗାମୀ ୩ ବର୍ଷ ୨୦୨୨ – ୨୫ ପାଇଁ ପୁର୍ନବାର ନିର୍ବାଚିତ ହୋଇଛନ୍ତି। ସଂଘର ନିର୍ବାଚନ କାର୍ଯ୍ୟକୁ ନିରଞ୍ଜନ ପ୍ରଧାନ, ରଣଜିତ ସାହୁ ଓ ଚିନ୍ମୟ ଭୋଇ ପରିଚାଳନା କରିଥିବା ବେଳେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପର୍ଯ୍ୟବେକ୍ଷକ ରୂପେ ଉପସ୍ଥିତ ରହିଥିଲେ। ସଂଘର ସାଧାରଣ ପରିଷଦ ବୈଠକ ରବିବାର ସମ୍ବଲପୁର ଠାରେ ଆୟୋଜିତ ହେବ ଏବଂ ଏଥିରେ ସଂଘର ଆଗାମୀ ଦିନ କାର୍ଯ୍ୟପନ୍ଥା ସର୍ମ୍ପକରେ ବିସ୍ତୃତ ଆଲୋଚନା କରାଯିବ ବୋଲି ନବ ନିର୍ବାଚିତ ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.