ଏନଏସସିବିର ଏନଏସଏସ ଦ୍ୱାରା ସ୍ୱତନ୍ତ୍ର ସେବା ଶିବିର

ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଅର୍ନ୍ତଗତ ସ୍ୱତନ୍ତ୍ର ସେବା ଶିବିରର ଆୟୋଜନ ହୋଇଯାଇଛି। ଏନଏସଏସ ପକ୍ଷରୁ ପୋଷ୍ୟ ଗ୍ରାମ ରୂପେ ଚାନ୍ଦମୁଣ୍ଡା ୟୁପି ବିଦ୍ୟାଳୟ ଠାରେ ୭ ଦିନ ବ୍ୟାପ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ନୋଡାଲ ଅଧିକାରୀ ତଥା ଉପ ସଚିବ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ଉପଦେୟତା, ଦେଶ ସେବକ ହେବା ସହିତ ଗୋଷ୍ଠୀ ସେବା ମାଧ୍ୟମରେ ବ୍ୟକ୍ତିତ୍ୱ ବିକାଶ ପାଇଁ ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବା ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରି ଉତ୍ସାହିତ କରିଥିଲେ। ଏହି ଅବସରରେ ଆର୍ଥିକ ସ୍ୱାକ୍ଷରତା, ବ୍ୟାଙ୍କ ବ୍ୟବସ୍ଥା ବିଷୟବସ୍ତ ଗୁଡିକ ଉପରେ ଆଲୋଚନା ଚକ୍ର, ସଫେଇ, ସ୍ୱଚ୍ଛ ଭାରତ ଅଭିଯାନ ସମେତ ବିଭିନ୍ନ ସେବା କାର୍ଯ୍ୟ ଆୟୋଜିତ ହୋଇଥିଲା।

ଏହି ସପ୍ତାହବ୍ୟାପି କାର୍ଯ୍ୟକ୍ରମର ଆୟୋଜନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶ୍ୟାମ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା। ଅଧ୍ୟାପକ ତଥା ଏନଏସଏସ ଅଧିକାରୀ ଡ. ବିଶ୍ୱମୋହନ ଜେନା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ରଘୁମଣି ନାୟକ, ହରିହର ମଲ୍ଲିକ, ବିଶ୍ୱଜିତ ମହାନ୍ତି, ପୂର୍ବତନ ଛାତ୍ର ହୀରାଲାଲ ବେହେରା, ଅଶ୍ୱିନୀ କୁମାର ପାଢ଼ୀ, ଅଂଶୁମାନ ବାରିକ, ବୀରଜ ବାଗ, ପ୍ରତିମ, ଦିନେଶ, ବ୍ୟାଙ୍କ ଅଫ ବରୋଦାର ଅଧିକାରୀ ଦିଗମ୍ବର ବେହେରା ଓ ଛାତ୍ରଛାତ୍ରୀ ମାନେ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ଶିବିରକୁ ଏନଏସଏସ ବାଳିକା ବିଭାଗର ଅଧିକାରିଣୀ ମିଲି ସାହୁ ପରିଚାଳନା କରିଥିଲେ।

Comments are closed.