ଅସହାୟଙ୍କ ଶବ ସତ୍କାର

ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ଦ୍ୱାରା ୨ଟି ଅସହାୟ ଶବ ସତ୍କାର କରାଯାଇଛି। ଶନିବାର ସଦର ଥାନା ଅର୍ନ୍ତଗତ ଷ୍ଟେସନପଡ଼ାର ଶଶି ମିର୍ଦ୍ଧା (୬୭) କେନଲାରେ ପଡ଼ି ମୃତ୍ୟୁ ହୋଇଥିଲା। ତାଙ୍କର ପତ୍ନୀ ଆର୍ଥିକ ଦୁରାବସ୍ଥା ଯୋଗୁଁ ସ୍ୱାମୀଙ୍କ ଅନ୍ତିମ ସଂସ୍କାରରେ ଅସମର୍ଥତା ଜଣାଇ ସମ୍ବଳ କୁ ଅନୁରୋଧ କରିବାରୁ ଶବ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଥିଲା। ସେହିଭଳି ରବିବାର କୁଲୁଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ ମାନେ କଦଳିମୁଣ୍ଡା ଗ୍ରାମର ଧିରେନ ଭୋଇ ନାମକ ବ୍ୟକ୍ତି ଙ୍କ ଶବ ସତ୍କାର କରିବା ପାଇଁ ସମ୍ବଳକୁ ଲିଖିତ ଅନୁରୋଧ କରିଥିଲେ। ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କର ମୃତ୍ୟୁ ପରେ ସର୍ମ୍ପକୀୟ ମାନେ ଶବ ସତ୍କାର କରିବା ପାଇଁ ମନା କରି ଦେଇଥିଲେ। ଏଣୁ ସମ୍ବଳ ପରିବାର ପକ୍ଷରୁ କମଳିବଜାର ସ୍ଥିତ ରାଜଘାଟ ଠାରେ ସମ୍ମାନର ସହିତ ଶବ ଦ୍ୱୟ କୁ ସତ୍କାର କରିଛନ୍ତି। ଏହି ମାନବୀୟ ସେବା କାର୍ଯ୍ୟରେ ରାମଦାସ ପଣ୍ଡା, ଶିବ ମଲ୍ଲିକ, ଶମ୍ଭୁ ପଟେଲ ଓ ସୌରୀ ପାଣିଗ୍ରାହୀ ସକ୍ରିୟ ସହାୟତା କରିଥିଲେ।

Comments are closed.